Pratidin TV

Odisha's Digital News Platform

ଏଣିକି ପୋଲିସ ବଦଳରେ ସଂସଦ ସୁରକ୍ଷା ଦାଇତ୍ୱରେ ରହିବେ ସିଆଇଏସଏଫ ଯବାନ…

1 min read

ସଂସଦ ସୁରକ୍ଷା ବ୍ୟବସ୍ଥା ହେଲା କଡାକଡି । ଏଣିକି ପୋଲିସ ନୁହେଁ ସୁୁରକ୍ଷା ଦାଇତ୍ୱରେ ରହିବେ ସିଆଇଏସଏଫ । ପାର୍ଲିିଆମେଣ୍ଟର ଭିତର ଓ ବାହାର ସବୁଆଡେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିୟାଲ ସିକ୍ୟୁରିଟି ଫୋର୍ସ ମୁତୟନ ରହିବେ । ଗତ କିଛିଦିନ ତଳେ ସଂସଦ ସୁରକ୍ଷା ଉଲଘଂନ ମାମଲାରେ ହୋଇଥିବା ସ୍ମୋକ ଆଟାକ ପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂସଦ ଗୃହରେ ସୁରକ୍ଷା ଦାୟିତ୍ୱକୁ ଦିଲ୍ଲୀ ପୋଲିସ ବଦଳରେ ସିଏସଏଫକୁ ହସ୍ତାନ୍ତର କରିଛି । ଅନୁସନ୍ଧାନ କମିଟିର ପରବର୍ତ୍ତୀ ପରାମର୍ଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି ଯାହା ସୁରକ୍ଷା ଅଭାବକୁ ଦର୍ଶାଇଛି ।

ସୂଚନା ଅନୁସାରେ ଗତ ଡିସେମ୍ବର ୧୩ ତାରିଖରେ ସଂସଦରେ ସ୍ମୋକ ଆଟାକ ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପରେ ଏଥିରେ ସମ୍ପୃକ୍ତ ଥିବା ଅଣିଯୁକ୍ତ ମାନଙ୍କୁ ଗିରଫ କରାଯାଇଥିଲା । ଏହାକୁ ନେଇ ବିରୋଧୀ ମାନେ ସଂସଦ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଥିଲେ । ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଅନେକ ସୁରକ୍ଷା ଏଜେନ୍ସି ସହିତ ଏକ ବୈଠକ କରିଥିଲେ । ଏହି ବୈଠକରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଏହା ପରେ ସଂସଦର ସୁରକ୍ଷା ଦାୟିତ୍ୱକୁ ସିଆଇଏସ୍‌ଏଫ୍ ହସ୍ତାନ୍ତର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସଂସଦ ଗୃହ ସମେତ ଗୁରୁତ୍ୱପୂର୍ଣ୍ଣ ସରକାରୀ ଅଟ୍ଟାଳିକା ଏବଂ ଭିତ୍ତିଭୂମିରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ଗୃହ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି । ନୂଆ ଓ ପୁରୁଣା ଦୁଇ ସଂସଦ ପରିସର ଏବଂ ତାକୁ ଲାଗିଥିବା ସମସ୍ତ ବିଲିଡିଂର ସୁରକ୍ଷା ସିଆଇଏସଏଫ ଦାୟିତ୍ୱକୁ ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *