Pratidin TV

Odisha's Digital News Platform

ମାର୍ଗଶୀର ଗୁରୁବାର ଘରୁ ଚୋରୀ ହେଲେ ଲକ୍ଷ୍ମୀ , ୧୮ ତୋଳା ସୁନା ସହ ୭୦ ହଜାର ନଗଦ ଟଙ୍କା ଗାୟବ୍ ….

1 min read

ଭଞ୍ଜନଗର ; ଘରେ କଳାକନା ବୁଲାଇଲେ ଚୋର । ମାର୍ଗଶୀର ମାସ ଶେଷ ଗୁରୁବାରରେ ଲୁଟିନେଲେ ଟଙ୍କା, ସୁନାଗହଣା । ଗଂଜାମ ଜିଲ୍ଲା ଖଲିକୋଟ ଥାନା ମଥୁରା ଗାଁରୁ ଆସିଛି ଏଭଳି ଖବର ।

ଗତକାଲି ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବାର ସୁଯୋଗ ନେଇ ପଶିଥିଲେ ଚୋର । ସବୁ ଆସବାବ ପତ୍ର ଏପଟ ସେପଟ କରିବା ସହ ଟଙ୍କା ଓ ସୁନା, ଗହଣା ଲୁଟି ନେଇଥିଲେ । ୧୮ ତୋଳା ସୁନା ସହ ୭୦ ହଜାର ନଗଦ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ଛାନ୍‌ଭିନ୍ ଆରମ୍ଭ କରିଛି ।

Advertisement

Leave a Reply

Your email address will not be published. Required fields are marked *