Pratidin TV

Odisha's Digital News Platform

ବିନା ଅନୁମତିରେ ହୋଇ ପାରିବନି ନୂଆ ଜିଲ୍ଲା ଗଠନ :ହାଇକୋର୍ଟ

1 min read

ନୂଆ ଜିଲ୍ଲା ଗଠନ ଉପରେ ରୋକ୍ ଲାଗିଛି। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରୋକ୍ ଲଗାଇଛନ୍ତି । ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ । ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା, ଅଞ୍ଚଳର ପରିସୀମା, ପଛୁଆ ପ୍ରସଙ୍ଗକୁ ବିଚାରକୁ ନ ନେଇ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜିଲ୍ଲା ଗଠନ ନିଷ୍ପତ୍ତି ହେଉଥିବା ଅଭିଯୋଗ କରି ଦାୟର ମାମଲାକୁ ହାଇକୋର୍ଟ ଗ୍ରହଣ କରି ଏଭଳି ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି । ତେବେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପ୍ରକ୍ରିୟା ଜାରି ରଖିପାରିବେ।

ହାଇକୋର୍ଟଙ୍କ ଚୂଡ଼ାନ୍ତ ରାୟ ପରେ ହିଁ ରାଜ୍ୟ ସରକାର ନୂଆ ଜିଲ୍ଲା ଘୋଷଣା କରିପାରିବେ । ହାଇକୋର୍ଟଙ୍କ ଶୀତକାଳୀନ ଛୁଟି ପରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।ରାଇରଙ୍ଗପୁରକୁ ନୂଆ ଜିଲ୍ଲା ଘୋଷଣା ଦାବି କରି ରୁଜୁ ହୋଇଥିବା ଏକ ଜନସ୍ବାର୍ଥ ମାମଲାରୁ ଶୁଣାଣି କରି ହାଇକୋର୍ଟ ଏହା ନିର୍ଦେଶ ଦେଇଛନ୍ତି । ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ଅକ୍ଷୟ କୁମାର ମହାନ୍ତି ଏହି ମାମଲା ରୁଜୁ କରିଥିଲେ। ରାଇରଙ୍ଗପୁର ଏବଂ କରଞ୍ଜିଆ ସବ୍‌-ଡିଭିଜିନକୁ ନେଇ ରାଇରଙ୍ଗପୁର ଜିଲ୍ଲା ଘୋଷଣା କରିବାକୁ ଆବେଦନକାରୀ ଦାବି କରିଥିଲେ । ନିକଟରେ କେଉଁ ଜିଲ୍ଲାକୁ ସ୍ୱୀକୃତି ଦିଆଯିବ, ସେନେଇ ରେକର୍ଡ ନଥିବାରୁ ଏ ସମ୍ପର୍କରେ ନିଜର ପକ୍ଷ ରଖିବାକୁ ନେଇ ସରକାର ଅଧିକ ସମୟ ମାଗିଥିଲେ । ଏଣୁ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *