Pratidin TV

Odisha's Digital News Platform

ସୁଧଘର ଯିବା ବାହାନାରେ ହତ୍ୟା କରିବାକୁ ଡାକି ନେଇଥିଲା ନାଏବ ସରପଞ୍ଚ ଙ୍କ ସ୍ୱାମୀ…

1 min read

ଗଜପତି: ସୁଧ ଘରକୁ ଯିବା ହେଲା କାଳ । ମାରିଦେଲା ନାଏବ ସରପଞ୍ଚ ଙ୍କ ସ୍ୱାମୀ । ଆଉ ହତ୍ୟା କରି ଫିଙ୍ଗିଦେଲା ଡେମ ସାଇଡ ଏକ ବୁଦାରେ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଅନର୍ଗତ ଜାଡ଼ିଙ୍ଗି ଗ୍ରାମରେ । ମୃତକ ଜଣକ ହେଲେ ଜାଡିଙ୍ଗି ଗ୍ରାମର ସିମନ ମାଝୀ । ଘଟଣା ମୁତାବକ ମଙ୍ଗଳବାର ଏକ ସୁଧକାର୍ଯ୍ୟ କୁ ସିମନ ମାଝୀ ଓ ଅରୁଣ ମାଝୀ ନିକଟସ୍ଥ ଖାରୀଗୁଡା ଗ୍ରାମକୁ ମିଶିକି ଯାଇଥିଲେ । ହେଲେ ଫେରିବା ବାଟରେ ଅରୁଣ ରଚିଥିଲା କାଣ୍ଡ । ତେବେ ଘଟଣା ଘଟାଇବା ପରେ ମଙ୍ଗଳବାର ଦିନ ଅରୁଣ ନିଜ ଘରକୁ ଫେରି ଚୁପ ରହିଥିଲା । ଆଉ ଯେତେବେଳେ ସିମନ ମାଝୀ ଙ୍କ ସ୍ତ୍ରୀ ମାଳତୀ ଅରୁଣଙ୍କୁ ସିମନଙ୍କ ବିଷୟରେ ପଚାରିଥିଲା । ସେତେବେଳେ ସିମନଙ୍କ ବିଷୟରେ ଠିକ ତଥ୍ୟ ଦେଇ ନଥିଲା ଅରୁଣ । ତେବେ ଗୁରୁବାର ଦିନ ଗ୍ରାମର କିଛି ଭଦ୍ରବ୍ୟକ୍ତି ଙ୍କ ସହାୟତା ରେ ଅରୁଣଙ୍କୁ ପଚାରିବାରୁ ଅରୁଣ ଭିନ୍ନ ଭିନ୍ନ କଥା କହିଥିଲା । ଶେଷରେ ସିମନଙ୍କ ସାନ ଭାଇ ଡ଼ମ୍ବୁରୁ ମାଝୀ ଅଡବା ଥାନାରେ ଏକ ନିଖୋଜ ରିପୋଟ ଦେବା ସହିତ ଗାଁ ଲୋକଙ୍କ ସହାୟତାରେ ଅରୁଣଙ୍କୁ ଅଡବା ଥାନାକୁ ଆଣିଥିଲେ । ଶେଷରେ ପୋଲିସ ଆଗରେ ସବୁ ସତ ବଖାଣିଥିଲା ଅରୁଣ । ଆଉ ପୋଲିସ ସାଥିରେ ପହଂଚିଥିଲା ଘଟଣା ସ୍ଥଳରେ । ଯେଉଁଠି ସେ ସିମନକୁ ମାରି ଫିଙ୍ଗିଥିଲା ସେଠାରେ ଦେଖାଇଥିଲା ସିମନର ମୃତ ଦେହ । ତେବେ ଆଗରୁ ଡମ୍ବୁରୁଙ୍କୁ ବି ଅରୁଣ ଗୁଳି ମାରିଥିବା ଏବଂ ଡମ୍ବୁରୁ ସେଥିରୁ ବର୍ତ୍ତୀ ଯାଇଥିବା ସୂଚନା ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

Advertisement

Leave a Reply

Your email address will not be published. Required fields are marked *