Pratidin TV

Odisha's Digital News Platform

ମା’ ଗୃହର ପରିଚାଳିକା ଲକ୍ଷ୍ମୀ ମାଝିଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର।

1 min read

ରାୟଗଡା ; ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଠାରେ ଥିବା ମା’ ଗୃହର ପରିଚାଳିକା ଲକ୍ଷ୍ମୀ ମାଝିଙ୍କ ମୃତ ଦେହକୁ ଚନ୍ଦ୍ରପୁର ପୋଲିସ ଉଦ୍ଧାର କରିଛି । ଲକ୍ଷ୍ମୀଙ୍କ ସମ୍ପୂର୍ଣ ଶରୀର ପୋଡିଯାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଚନ୍ଦ୍ରପୁର ଡ଼ାକ୍ତରଖାନା ପରିସରରେ ଏହି ଘଟଣା ଘଟିଥିବା ସୂଚନା ରହିଛି ।

ତେବେ ଲକ୍ଷ୍ମୀଙ୍କ ନିଜ ଘର କାଶିପୁର ବ୍ଲକରେ ବୋଲି ଜଣାପଡିଛି । କିଭଳି ପରିସ୍ଥିତିରେ ନିଆଁ ଲାଗି ତାଙ୍କର ମୃତ୍ୟୁ ହେଲା । ନା ତାଙ୍କୁ କେହି ମାରି ଜାଳିଦେଇଛି ତାହା ଏଯାଏଁ ଜଣା ପଡିନାହିଁ । କାରଣ ଲକ୍ଷ୍ମୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଏକ ଭଙ୍ଗା ଘରୁ ମିଳିଛି ଆଉ ତା ପାଖରେ ଏକ ଗାତ ମଧ୍ୟ ଖୋଳାଯାଇଛି । ଅନୁମାନ କରାଯାଉଛି କି କେହି ଲକ୍ଷ୍ମୀଙ୍କୁ ମାରି ଏଠାରେ ପୋଡିବାକୁ କିମ୍ବା ପୋତିଦେବାକୁ ଯୋଜନା କରିଥିଲା । ଲକ୍ଷ୍ମୀଙ୍କୁ ମାରି ସେଥିରେ ସଫଳ ମଧ୍ୟ ହୋଇଥିଲା କିନ୍ତୁ ପୋଡିବା ସମୟରେ ହୁଏତ କୌଣସି କାରଣରୁ ସେଠାରୁ ଚର୍ମ୍ପଟ ମାରିଥିଲା ହତ୍ୟାକାରୀ ।

Advertisement

ତେବେ ଲକ୍ଷ୍ମୀଙ୍କୁ କିଏ ଏବଂ କାହିଁକି ହତ୍ୟା କଲା ନା ସେ ନିଜେ ଏଠାକୁ ଆସି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ତାହା କଲ୍ୟାଣସିଂହପୁର ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ।

Leave a Reply

Your email address will not be published. Required fields are marked *