Pratidin TV

Odisha's Digital News Platform

୨୦୨୪ ରେ ପଡିବ କେବେ ପଡିବ ସୂର୍ଯ୍ୟ ଗ୍ରହଣ ଏବଂ ଚନ୍ଦ୍ର ଗ୍ରହଣ ? ଜାଣନ୍ତୁ ସମ୍ପୂର୍ଣ ଖବର ..

1 min read

ଆଉ ଦିନ କେଇଟା ପରେ ସରିବ 2023 ଆଉ ଆସିବା ନୂଆ ବର୍ଷ 2024। ଯାହା ପାଇଁ ସାରା ବିଶ୍ୱରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।ନୂଆ ବର୍ଷ ଅଗଣମାଙ୍କୁ ବଡ ଧୁମ ଧାମ ରେ ଲୋକ ପାଳନ କରିବାକୁ ଚାହିଁ ବସିଛନ୍ତି । ବର୍ଷ ଶେଷ ସହ ସରିଯାଛି ଅମାବାସ୍ୟା ଏବଂ ଚନ୍ଦ୍ରଗ୍ରହଣ । ତେବେ ନୂଆ ବର୍ଷ ରେ ପୁଣି କେବେ ପଡ଼ି଼ବ ଚନ୍ଦ୍ର ଗ୍ରହଣ ଆପଣ ଜାଣିଛନ୍ତି କି । ବିଜ୍ଞାନ ଏବଂ ଅନ୍ୟ ଦେଶମାନଙ୍କରେ ଗ୍ରହଣ ଲାଗିବାକୁ କେବଳ ବୈଜ୍ଞାନିକ କାରଣ ଭାବେ ବିବେଚନା କରାଯାଏ । କିନ୍ତୁ ଭାରତରେ ଏବଂ ବିଶେଷ ଭାବରେ ହିନ୍ଦୁ ଧର୍ମରେ ଗ୍ରହଣ ଲାଗିବାକୁ ଅଶୁଭ ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ ସୂର୍ଯ୍ୟ ଏବଂ ଚନ୍ଦ୍ର ଗ୍ରହଣ ସହ ଅନେକ ପୌରାଣିକ କଥା ବି ପ୍ରଚଳିତ ହୋଇଆସୁଛି ।
ବିଜ୍ଞାନ ଅନୁଯାୟୀ, ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ଗ୍ରହଣ ଘଟଣା ଚନ୍ଦ୍ର, ସୂର୍ଯ୍ୟ ଏବଂ ପୃଥିବୀର ସ୍ଥିତି ହେତୁ ଘଟିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚନ୍ଦ୍ରଗ୍ରହଣର ବିଶେଷ ମହତ୍ତ୍ୱ ରହିଛି। ଏହା ଏକ ଉଦ୍ଦିଷ୍ଟ ଘଟଣା ଭାବରେ ବିବେଚନା କରାଯାଏ । ତେଣୁ ଚନ୍ଦ୍ରଗ୍ରହଣ ସମୟରେ ପୂଜା ପାଠ ଠାରୁ ଆରମ୍ଭ କରି ମାଙ୍ଗଳିକ କାର୍ଯ୍ୟକରିବାକୁ ମନ କରାଯାଏ ।
ତେବେ ନୂଆ ବର୍ଷ ୨୦୨୪ରେ କେତେ ଥର ସୂର୍ଯ୍ୟ ଏବଂ ଚନ୍ଦ୍ରଗ୍ରହଣ ଘଟିବ ତାହା ଉପରେ ନଜର ପକାନ୍ତୁ । ଏହା ମଧ୍ୟ ଜାଣନ୍ତୁ ଯେ କୌଣସି ଚନ୍ଦ୍ରଗ୍ରହଣରେ କାହିଁକି ସୂତାକ କାଳ ଲାଗିଥାଏ ।
ପ୍ରଥମ ସୂର୍ଯ୍ୟ ଗ୍ରହଣ:
୨୦୨୪ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଏପ୍ରିଲ ୮ ତାରିଖ ସୋମବାର ଘଟିବାକୁ ଯାଉଛି । ଯାହା ଭାରତରେ ଦୃଶ୍ୟମାନ ହେବ ନାହିଁ ଏବଂ ସୂତାକ୍ କାଳ ଲାଗିବ ନାହିଁ ।
ଏହା କେଉଁଠାରେ ଦୃଶ୍ୟମାନ ହେବ?

ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଭାରତରେ ଦେଖାଯିବ ନାହିଁ । କିନ୍ତୁ ଏହା ପଶ୍ଚିମ ଏସିଆ, ଦକ୍ଷିଣ-ପଶ୍ଚିମ ୟୁରୋପ, ଅଷ୍ଟ୍ରେଲିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଟଲାଣ୍ଟିକ୍ ମହାସାଗରରେ ଦେଖଇବାକୁ ମିଳିବ ।
ସୂର୍ଯ୍ୟ ଗ୍ରହଣର ସମୟ: ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ରାତି ୦୯.୧୨ ରେ ଆରମ୍ଭ ହୋଇ ମଧ୍ୟରାତ୍ରିରେ ୦୧.୨୫ ରେ ଶେଷ ହେବ ।

ଦ୍ୱିତୀୟ ସୂର୍ଯ୍ୟ ଗ୍ରହଣ:
୨୦୨୪ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ଗ୍ରହଣ, ଅକ୍ଟୋବର ୨ ବୁଧବାରରେ ଲାଗିବ । ଏହି ଗ୍ରହଣ ମଧ୍ୟ ଭାରତରେ ଦେଖାଯିବ ନାହିଁ କିମ୍ବା ଏହାର ସୂତାକ କାଳ ଲାଗିବ ନାହିଁ । କୁହାଯାଉଛି ଯେ ଏହି ସୂର୍ଯ୍ୟ ଗ୍ରହଣ ଏକ ବାର୍ଷିକ ଚନ୍ଦ୍ରଗ୍ରହଣ ହେବ । ଦ୍ବିତୀୟ ସୂର୍ଯ୍ୟ ଗ୍ରହଣ ଆମେରିକା, ଦକ୍ଷିଣ ଆମେରିକା, ଆର୍ଜେଣ୍ଟିନା ଏବଂ ଆଟଲାଣ୍ଟିକ୍ ମହାସାଗରରେ ଦେଖିବାକୁ ମିଳିବ । ବର୍ଷର ଦ୍ୱିତୀୟ ସୂର୍ଯ୍ୟ ଗ୍ରହଣ ରାତି ୯:୧୩ ମିନିଟ୍‌ରୁ ଆରମ୍ଭ ହୋଇ ୩:୧୭ରେ ଶେଷ ହେବ ।

Advertisement

ଚନ୍ଦ୍ର ଗ୍ରହଣ ୨୦୨୪:
ପ୍ରଥମ ଚନ୍ଦ୍ରଗ୍ରହଣ: ୨୦୨୪ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ୨୦୨୪ ମାର୍ଚ୍ଚ ୨୫ ତାରିଖରେ ଦେଖିବାକୁ ମିଳିବ । ଏହା ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ।
ଏହା କେଉଁଠାରେ ଦୃଶ୍ୟମାନ ହେବ?
ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୟୁରୋପ, ଉତ୍ତର-ପୂର୍ବ ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଉତ୍ତର ଏବଂ ଦକ୍ଷିଣ ଆମେରିକାରେ ଦୃଶ୍ୟମାନ ହେବ । ଏହା ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍, ଆର୍କଟିକ୍ ଏବଂ ଆଣ୍ଟାର୍କଟିକାରେ ମଧ୍ୟ ଦେଖିବାକୁ ମିଳିବ ।
ଚନ୍ଦ୍ରଗ୍ରହଣର ସମୟ: ମାର୍ଚ୍ଚ ୨୫ ସକାଳ ୧୦.୪୧ରୁ ଅପରାହ୍ନ ୩.୦୧ ଯାଏଁ ଦୃଶ୍ୟମାନ ହେବ ।
ଦ୍ୱିତୀୟ ଚନ୍ଦ୍ରଗ୍ରହଣ: ୨୦୨୪ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର ୧୮ର ବୁଧବାର ଦିନ ଲାଗୁହେବ । ଏହା ଏକ ଆଂଶିକ ଚନ୍ଦ୍ରଗ୍ରହଣ ହେବ ଏବଂ ଏହା ଭାରତରେ ମଧ୍ୟ ଦେଖାଯିବ ନାହିଁ ।
ଏହା କେଉଁଠାରେ ଦୃଶ୍ୟମାନ ହେବ?
ସେପ୍ଟେମ୍ବର ୧୮ରେ ଚନ୍ଦ୍ରଗ୍ରହଣ ୟୁରୋପ, ଉତ୍ତର ଏବଂ ଦକ୍ଷିଣ ଆମେରିକା, ଦକ୍ଷିଣ ଏବଂ ଉତ୍ତର ଆଫ୍ରିକା, ଭାରତ ମହାସାଗର, ଆଟଲାଣ୍ଟିକ୍ ମହାସାଗର ଏବଂ ଆଣ୍ଟାର୍କଟିକାରେ ଦୃଶ୍ୟମାନ ହେବ ।
ଚନ୍ଦ୍ରଗ୍ରହଣର ସମୟ: ଚନ୍ଦ୍ରଗ୍ରହଣ ସକାଳ ୬.୧୨ ରୁ ଆରମ୍ଭ ହୋଇ ୧୦.୧୭ରେ ଶେଷ ହେବ।

Leave a Reply

Your email address will not be published. Required fields are marked *