Pratidin TV

Odisha's Digital News Platform

ବଦଳିବ ମହିମା ଧର୍ମପୀଠ ଯୋରନ୍ଦାର ରୂପରେଖା , ୧୧୨ କୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ …..

1 min read

ଢେଙ୍କାନାଳ ; ମହିମା ଧର୍ମ ପୀଠ ମହିମା ଗାଦି ଯୋରନ୍ଦା ର ରୂପାନ୍ତକରଣ ପାଇଁ ୧୧୨ କୋଟି ଟଙ୍କାର ପ୍ରକଳ୍ପ ର ଆଜି ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହିମା ଧର୍ମ ପୀଠ ମହିମା ଗାଦି ଯୋରନ୍ଦା କୁ ଏକ ଗସ୍ତ ରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁପାର୍ଶ୍ଵର ଉନ୍ନତିକରଣ, ଭବ୍ୟ ମହିମାଗାଦି ଶୁନ୍ୟମଣ୍ଡପ, ବତୀ ମଣ୍ଡପ ନିର୍ମାଣ ପ୍ରକଳ୍ପର ଭୂମି ପୂଜନ କରିଥିଲେ ।

ଏହି ଅବସରରେ ପ୍ରାୟ ୨୦ ହଜାର ମହିମା ସାଧୁ ସନ୍ୟାସି ଓ ୩୦ ହଜାର ରୁ ଉର୍ଦ୍ଧ ଜନ ସାଧାରଣ ଙ୍କୁ ଯୋରନ୍ଦା ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଜୟ ମହିମା ଅଲେଖ ରୁ ତାଙ୍କ ଭାଷଣ ଆରମ୍ଭ କରି କହିଲେ ଯେ, ମହିମାଧର୍ମ ର ପୀଠ ମହିମାଗାଦୀ ଯୋରନ୍ଦା ଦେବଭୂମି ।

Advertisement

ମହିମା ଧର୍ମ ଏହି ମାଟିକୁ ପବିତ୍ର କରିଛି । ଏହି ପ୍ରସିଦ୍ଧ ପୀଠ ଭାରତ ସ୍ପିରିଚୁଆଲ ମ୍ୟାପ ରେ ସ୍ଵତନ୍ତ୍ର ସ୍ଥାନ ପାଇବ । ଏହି ମାଟି କୁ ଆସି ଆପଣଙ୍କ ସହ ମୁଁ ବହୁତ ଖୁସି । ସନ୍ଥ କବି ଭୀମଭୋଇଙ୍କ ବାର୍ତ୍ତା ଆମ ସମସ୍ତଙ୍କ ପାଇଁ ପ୍ରେରଣା । ୩ ବର୍ଷ ମଧ୍ୟରେ ଏହି ଉନ୍ନତି କରଣକାର୍ଯ୍ୟ ସରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ଆମ ଓଡ଼ିଶା, ନବୀନ ଓଡ଼ିଶା ଏବଂ ୫ଟି ଅଧକ୍ଷ ଭି. କେ . ପାଣ୍ଡିଆନ କହିଲେ ଯେ, ବହୁତ ଲୋକ ଅଛନ୍ତି କାମ ପାଇଁ ଶ୍ରେୟ ଦେବାକୁ , ଅନ୍ୟ କିଛି ଲୋକ ଅଛନ୍ତି କାହାକୁ ଯେପରି ଶ୍ରେୟ ମିଳିବନି ସେଥିପାଇଁ ଚେଷ୍ଟା କରନ୍ତି । କିନ୍ତୁ ଆମର ମୁଖ୍ୟମନ୍ତ୍ରୀ ସେବା ମନୋଭାବ ନେଇ କାମ କରନ୍ତି ।

ଓଡ଼ିଶା ମାଟିରୁ ଜନ୍ମ ନେଇଛି ମହିମା ଧର୍ମ । ସମଗ୍ର ରାଜ୍ୟରେ ଥିବା ୮୧ ଟି ମହିମା ମଠ ର ବିକାଶ ପାଇଁ ୮୬୦ ଲକ୍ଷ୍ୟ ଟଙ୍କା ବ୍ୟୟ କରାଯିବ ବୋଲି ୫ଟି ଅଧ୍ୟକ୍ଷ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସରକାର ଙ୍କ ଖଣି , ଇସ୍ପାତ ଓ ପୁର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲିକ, ଏମପି ମହେଶ ସାହୁ , ବିଧାୟକ ସୁଧୀର କୁମାର ସାମଲ , ଓ ଡ଼ ନୃସିଂହ ଚରଣ ସାହୁ, ଓ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ମହିମାପୀଠ ଯୋରନ୍ଦା ର ରୂପାନ୍ତକରଣ ପାଇଁ ମୁଖ୍ୟମନ୍ତ୍ରୀ ୧୧୨ କୋଟି ଟଙ୍କାର ପ୍ରକଳ୍ପ ଗୁଡ଼ିକ ପାଇଁ ଭୂମି ପୂଜନ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଧନ୍ୟବାଦ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଙ୍କୁ ମହିମା ସାଧୁ ଓ ସନ୍ୟାସୀ ମାନେ ପୁଷ୍ପଗୁଚ୍ଚ ଦେଇ ସ୍ଵାଗତ କରିବା ସହ ଆଶିର୍ବାଦ କରିଥିଲେ । ମୂଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ସମଗ୍ର ଯୋରନ୍ଦା ଚଳଚଞ୍ଚଳ ହୋଇପଡିଥିଲା ।

Leave a Reply

Your email address will not be published. Required fields are marked *