Pratidin TV

Odisha's Digital News Platform

(ଭିଡିଓ) +୨ ଫେଲ ଥିଲା ଆତଙ୍କବାଦୀ ଈଶାନ ବୁଖାରି ହେଲେ ଜାଣିଥିଲା ୬ ଟି ଭାଷା, ରିମାଣ୍ଡରେ ଯାଇ ଓଗାଳୁଛି ସବୁ ସତ ..

1 min read

ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ସୟିଦ ଇଶାନ ବୁଖାରିକୁ ନେଇ ଆସିଛି ବଡ଼ ଖବର l STF ହାତରେ ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରୀର CDR। ବୁଖାରିର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ଥିବା ବେଳେ ସେ ଇଂରାଜୀ, ହିନ୍ଦୀ, ଡଙ୍ଗରୀ, କାଶ୍ମିରୀ, ମରାଠୀ, ଉର୍ଦ୍ଦୁରେ ପାରଙ୍ଗମ ଥିଲା। ଓଡ଼ିଆ ଭାଷା ମଧ୍ୟ ବୁଝି ପରୁଥିଲା ବୁଖାରି। ଆଜି ସୟଦ ଇସାନ୍ ବୁଖାରି ରିମାଣ୍ଡର ଚତୁର୍ଥ ଦିନ । ଆସନ୍ତାକାଲି ପାଞ୍ଚ ଦିନିଆ ରିମାଣ୍ଡର ଶେଷ ଦିନ । ରବିବାର ଦିନ ଦଶଟା ସୁଦ୍ଧା ବୁଖାରିକୁ କୋର୍ଟରେ ହାଜର କରାଇବ ଏସଟିଏଫ୍ । ରିମାଣ୍ଡରେ ଯାଇ ମୁହଁରୁ ଗୋଟି ଗୋଟି ସତ ଓଗାଳୁଛି ବୁଖାରି । ଯାହାର ଖୁଲାସା କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ବୁଖାରି ଏକାଧିକ ଲୋକଙ୍କ ସହ ହ୍ଵାଟ୍ସଆପ ସହ ଫୋନରେ କଥା ହେଉଥିଲା । ଡିଲିଟ୍‌ ହୋଇଥିବା ଭଏସ୍‌ ମେସେଜ ରିକଭରି ହୋଇଛି । ୯ଟି ବ୍ୟାଙ୍କ ଆକାଉଣ୍ଟରେ ହୋଇଛି ଟଙ୍କା କାରବାର । ବୁଖାରି +2 ଫେଲ୍‌ ହୋଇଥିଲେ ବି ୬ଟି ଭାଷାରେ ଥିଲାପାରଙ୍ଗମ । ବୁଖାରିକୁ ଖୁବଶୀଘ୍ର କାଶ୍ମୀର ପୋଲିସ କରିବ ଜେରା। ବୁଖାରୀ ନିକଟରୁ ଅନେକ ନକଲି ବିଦେଶୀ କାଗଜପତ୍ର ଜବତ କରାଯାଇଛି । କେବେ ନିଜକୁ ଡାକ୍ତର ତ ପୁଣି କେବେ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟଳୟର ଅଧିକାରୀ ବୋଲି ବୁଖାରୀ ନିଜର ପରିଚୟ ଦେଉଥିଲା।ଯାଜପୁର ରେ ରହି ରଚୁଥିଲା ବଡ ଷଡଯନ୍ତ୍ର । ଏପରିକି ଚାଇନିଜ୍ ଡେଟିଂ ଆପର ଏଜେଣ୍ଟ ଥିଲା । ସାଇଟରେ ନିୟୋଜିତ କରିଥିଲା ୫୦ ଜଣ ମହିଳା। ମହିଳାମାନଙ୍କଠାରୁ ୨୫ ପ୍ରତିଶତ କମିସନ ଆକାରରେ ଟଙ୍କା ନେଉଥିଲା ବୁଖାରି । ୪ ଜଣ ପତ୍ନୀଙ୍କଠାରୁ ଟଙ୍କା ଆଣୁଥିଲା ।

Advertisement

Leave a Reply

Your email address will not be published. Required fields are marked *