‘ଗୋ ଚାଲାଣ’ ବନ୍ଦ ପାଇଁ ଲାଗିଲା ମାଓ ପୋଷ୍ଟର , ଚେତାବନି ଦେଲେ ମାଓବାଦୀ ……
1 min readସୁନ୍ଦରଗଡ଼ ; ସୁନ୍ଦରଗଡ଼ରେ ଗୋ ଚାଲାଣ ବନ୍ଦ କରିବା ପାଇଁ ଲାଗିଲା ମାଓ ପୋଷ୍ଟର ପୋଷ୍ଟର। ସୁନ୍ଦରଗଡ଼ ଟାଉନ ଥାନା ଘରୋଇ ବସଷ୍ଟାଣ୍ଡ ନିକଟ ଓଭର ବ୍ରିଜ କାନ୍ଥରେ ଏହି ପୋଷ୍ଟର ଲାଗିଛି । ପିପୁଲ୍ସ ଲିବେରେସନ୍ ଫ୍ରଣ୍ଟ ଅଫ ଇଣ୍ଡିଆ ବା ପି ଏଲ ଏଫ୍ ଆଇର ଏହି ପୋଷ୍ଟରରେ ଗୋ ଚାଲାଣ ବନ୍ଦ କରିବା ପାଇଁ କୁହାଯାଇଛି। ବନ୍ଦ ନ ହେଲେ ଫୌଜି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉକ୍ତ ପୋଷ୍ଟରରେ ଲେଖାଯାଇଛି।
ଖବର ଅନୁଯାୟୀ ଏହି ମାଓ ପୋଷ୍ଟରଟି କେନ୍ଦ୍ରୀୟ କମିଟିର ପ୍ରେମ କୁମାର ଯାଦବଙ୍କ ନାଆଁରେ ଲାଗିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ସୁନ୍ଦରଗଡ଼ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ରେ ପି ଏଲ୍ ଏଫ୍ ଆଇ ସଂଗଠନର ଗତିବିଧି ରହିଥିଲା । ତେବେ ଆଜିକାର ଏହି ପୋଷ୍ଟର ପୁଣି ଥରେ ପି ଏଲ ଏଫ୍ ଆଇର ଉପସ୍ଥିତିକୁ ଜାହିର କରିଛି।