Pratidin TV

Odisha's Digital News Platform

ନୂଆ ବର୍ଷ ପାଇଁ ନନ୍ଦନକାନନକୁ ଆସିଲେ ନୂଆ ଅତିଥି…

1 min read

ଆସୁଛି ନୂଆ ବର୍ଷ । ସେଥିପାଇଁ ସମସ୍ତ ପିକନିକ ସ୍ପଟରେ ଲାଗୁଛି ପର୍ଯ୍ୟଟକଙ୍କ ଭିଡ । ସେହିପରି ନୂଆ ବର୍ଷରେ ପ୍ରାଣି ଉଦ୍ୟାନ ନନ୍ଦନକାନନରେ ମଧ୍ୟ ଓଡିଶା ତଥା ଓଡିଶା ବାହାରୁ ପର୍ଯ୍ୟଟକ ମାନେ ବୁଲିବା ପାଇଁ ଆସିଥାନ୍ତି । ତେବେ ନନ୍ଦନ କାନନକୁ ଆସିଛନ୍ତି ୪ ନୂଆ ଅତିଥି । ୨ଟି ବିରଳ ପ୍ରଜାତିର ୱାଲାବି ଓ ପ୍ରଥମ ଥର ପାଇଁ ୨ଟି ଲିଭିଂଷ୍ଟୋନ ଟୁରାକୋ ପକ୍ଷୀ ଆସିଛନ୍ତି । ହାଇଦ୍ରାବାଦରୁ ଜୀବଜନ୍ତୁ ବଦଳ ପ୍ରକ୍ରିୟାରେ ଆସିଥିବା ଉପନିର୍ଦ୍ଦେଶକ ଏହା ବିଷୟରେ ସୂଚନା ଦେଇଛନ୍ତି । ତେବେ ୱ ।ଲାବି କଙ୍ଗାରୁ ଠାରୁ ଆକାରରେ ଛୋଟ । ଏହି ପ୍ରଜାତି ଜୀବ ଅଷ୍ଟ୍ରେଲିଆ ଓ ନିୟୁ ଗୁଏନା ଅଞ୍ଚଳରେ ଦେଖିବାକୁ ମିଳିଥାନ୍ତି । ଏଥର ଏହି ନୂଆ ପ୍ରଜାତିର ବିରଳ ଜୀବ ଭାବେ ୱ ।ଲାବି ଅଣାଯାଇଥିବାରୁ ଚଳିତ ପର୍ଯ୍ୟଟନ ଋତୁରେ ନନ୍ଦନକାନନକୁ ଆସିବାକୁ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ । ଗତ ବିଳମ୍ବିତ ରାତିରେ ଅଣାଯିବା ପରେ ଏହି ଜୀବମାନଙ୍କୁ ସ୍ୱାସ୍ଥ୍ୟ ନିରୀକ୍ଷଣ ଲାଗି କ୍ୱାରେଣ୍ଟାଇନରେ ରଖାଯାଇଛି ।

Advertisement

Leave a Reply

Your email address will not be published. Required fields are marked *