Pratidin TV

Odisha's Digital News Platform

ଜୟପୁରରେ ପହଞ୍ଚି ହଜାର ହଜାର ଲୋକଙ୍କ ଅଭିଯୋଗ ଶୁଣିଲେ ଭି.କେ ପାଣ୍ଡିଆନ୍ ।

1 min read

କୋରାପୁଟ୍ ; ଜୟପୁର ସହରେରେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। କୋରାପୁଟ ଜିଲ୍ଲାକୁ ଗସ୍ତ କରି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଅବିଭକ୍ତ କୋରାପୁଟ ଜିଲ୍ଲାର ତିନୋଟି ଜିଲ୍ଲା ତଥା କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଳାର ହଜାର ହଜାର ସଂଖ୍ୟାରେ ଲୋକମାନଙ୍କ ଅଭିଯୋଗ ଶୁଣିବା ସହିତ ରାଜ୍ୟ ସରକାରଙ୍କ ବିକାଶ ର ଗାଥା କହିଥିଲେ।

ଏହି ଗସ୍ତରେ ବିରୋଧୀ ଦଳର ନେତାଙ୍କ ଅପପ୍ରଚାର କୁ ବିରୋଧ କରି ରାଜ୍ୟ ସରକାର ଜନହିତକର ଯୋଜନା ର ଅବଗତ କରାଇବା ସହ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ।

Advertisement

5T ଅଧ୍ୟକ୍ଷଙ୍କ ଏହି ଗସ୍ତରେ ପ୍ରଥମେ କୋରାପୁଟ DAV କଲେଜ କୁ ଗସ୍ତ କରିଥିଲେ ପରବର୍ତ୍ତୀ ସମୟରେ ଜୟପୁର ଦଶହରା ପଡିଆ ଠାରେ ପହଂଚି ଜୟପୁର ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲି। ଏହାପରେ ଜୟପୁର ବାଳକ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ପହଂଚି ମାଲକାନଗିରି, କୋରାପୁଟ, ନବରଙ୍ଗପୁର ୩ ଟି ଜିଲ୍ଳାରୁ ଆସିଥିବା ଅଭିଯୋଗକୁ ଶୁଣିବା ସହିତ ଏହି ଅଭିଯୋଗ ଶୁଣାଣିର ପ୍ରତ୍ୟକ ସମସ୍ୟା ର ସମାଧାନ ୭ ଦିନ ମଧ୍ୟରେ କାର୍ଯ୍ୟକାରିତା ହେବ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ନେତୃତ୍ୱ ରେ , ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଜିଲ୍ଲାର ଅନେକ ବିଜେଡି ଦଳର ଶୀର୍ଷ ନେତୃତ୍ୱ ମଣ୍ଡଳୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *