Pratidin TV

Odisha's Digital News Platform

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗରେ ଅଭିଭାଷଣ ଦେଉଥିବା ବେଳେ ନିଜେ ଟଳି ପଡିଲେ ପ୍ରଫେସର…

1 min read

ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି)-କାନପୁର କ୍ୟାମ୍ପସରେ ଶୁକ୍ରବାର ସନ୍ଧ୍ୟାରେ ମେକାନିକାଲ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ସମୀର ଖାଣ୍ଡେକରଙ୍କର ହୃଦଘାତରେ ପରଲୋକ ଘଟିଛି । ଏକ ଆଲୁମିନି ମିଟ୍ ରେ ସେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗରେ ଅଭିଭାଭାଷଣ ଦେଉଥିବା ବେଳେ ଏହି ଘଟଣା ଘଟିଛି । ପ୍ରଫେସର ଖାଣ୍ଡେକର ଭାଷଣ ଦେବା ବେଳେ ମଞ୍ଚରେ ପଡ଼ିଯିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଲକ୍ଷ୍ମୀପତ ସିଂହାନିଆ ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜିକୁ ନିଆଯାଇଥିଲା, କିନ୍ତୁ ସେଠାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ଆଇଆଇଟି-କାନପୁର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଫେସର ଖଣ୍ଡେକର ୨୦୧୯ ମସିହାରୁ ହୃଦ୍ ରୋଗ ସହ ସଂଘର୍ଷ କରୁଥିଲେ । ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ନୀରଜ କୁମାର କହିଛନ୍ତି ଯେ ମୃତ୍ୟୁର କାରଣ ହୃଦଘାତ ବା ହାର୍ଟ ଆଟାକ । ଅନ୍ୟ ଜଣେ ପ୍ରଫେସର କହିଛନ୍ତି ଯେ ଖଣ୍ଡେକରଙ୍କୁ ପ୍ରାୟ ପାଞ୍ଚବର୍ଷ ପୂର୍ବେ ଉଚ୍ଚ କୋଲେଷ୍ଟ୍ରଲ ସ୍ତର ଚିହ୍ନଟ କରାଯାଇଥିଲା । ତେବେ ମୃତ୍ୟୁ ପୂର୍ବରୁ ପ୍ରଫେସରଙ୍କ ନିଜର ଶେଷ ଶବ୍ଦ ଉଚ୍ଚାରଣ କରିଥିଲେ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅ । ପ୍ରଫେସର ଖାଣ୍ଡେକରଙ୍କ ଅକାଳ ବିୟୋଗରେ ଆଇଆଇଟି କାନପୁରର ଛାତ୍ରଛାତ୍ରୀ ଗଭୀର ଶୋକାକୁଳ ହୋଇପଡ଼ିଛନ୍ତି । ପାଠପଢ଼ା ପ୍ରତି ତାଙ୍କର ସମର୍ପଣ, ଛାତ୍ର କଲ୍ୟାଣ ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ତାଙ୍କର ମଧୁର ସ୍ୱଭାବ ପାଇଁ ସେ ଜଣାଶୁଣା ଥିଲେ । ଆଇଆଇଟି-କାନପୁର ନିର୍ଦ୍ଦେଶକ ପ୍ରଫେସର ଏସ୍ ଗଣେଶ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ତାଙ୍କର ଅନ୍ତିମ ସଂସ୍କାର ପାଇଁ ତାଙ୍କ ପୁଅ ବ୍ରିଟେନରୁ ଆସିବା ପର୍ଯ୍ୟନ୍ତ ତାଙ୍କ ମୃତଦେହକୁ ଅନୁଷ୍ଠାନର ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି ।

Advertisement

Leave a Reply

Your email address will not be published. Required fields are marked *