Pratidin TV

Odisha's Digital News Platform

ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ବିକ୍ରମା ସିଂଘେ

1 min read

ନୂଆଦିଲ୍ଲୀ : ଅର୍ଥନୈତିକ ସଙ୍କଟ ଭିତରେ ଶ୍ରୀଲଙ୍କା ପାଇଛି ତାର ନୂଆ ରାଷ୍ଟ୍ରପତିା ତ୍ରିକୋଣୀୟ ମୁକାବିଲାରେ ବିଜୟୀ ହୋଇ ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମାସିଂଘେ ।ସେ ୬ ଥର ପ୍ରଧାନମନ୍ତ୍ରୀ ରହିବା ପରେ , ଶ୍ରୀଲଙ୍କାର ଆର୍ଥିକ ପରିସ୍ଥିତି ସଙ୍କଟାପର୍ଣ୍ଣ ଥିବାବେଳେ ଗୋଟବାୟାଙ୍କ ଦେଶ ଛାଡି ପଳାୟନ କରିବା ପରେ ବିକ୍ରମାସିଂଘେ ଦେଶର କାମଚଳା ରାଷ୍ଟ୍ରପତି ଭାବରେ ଦାୟିତ୍ୱ ତୁଲାଉଥିଲେ ।


ଆଜି ମୋଟ ୧୩୪ ଭୋଟ ପାଇ ଜିତିଛନ୍ତି ବିକ୍ରମାସିଂଘେ । ପାର୍ଲାମେଣ୍ଟର ମୋଟ ୨୨୫ ସାଂସଦ ମଧ୍ୟରୁ ୨୨୩ ଟି ଭୋଟ ସିଂଘେଙ୍କ ସପକ୍ଷରେ ଥିଲା ।ତେବେ ତାଙ୍କ ପ୍ରତିଦ୍ୱନ୍ଧିତାରେ ଥିବା ଦୁଲାସ ଆଲାପେରୁମ୍ମାଙ୍କୁ ମିଲିଛି ୮୨ ଟିଭୋଟ । ସୂଚନା ମୁତାବକ ଗୋଟବାୟାଙ୍କର ବାକି କାର୍ଯ୍ୟକାଳ ସରିବା ଯାଏ, ଏହି ପଦରେ ରାନିଲ ରାଷ୍ଟ୍ରପତି ଭାବେ ରହିବେ । ତେବେ ନଭେମ୍ବର ୨୦୨୪ ଯାଏ ଗୋଟବାୟାଙ୍କ କାର୍ଯ୍ୟକାଳ ଥିବାରୁ ସିଂଘେ ମଧ୍ୟ ନଭେମ୍ବର ୨୦୨୪ ଯାଏ ଏହି କାର୍ଯ୍ୟ ତୁଲାଇବେ ।

Advertisement

Leave a Reply

Your email address will not be published. Required fields are marked *