ଶାସ୍ତ୍ରରେ କାହିଁକି ରହିଛି ୧୨ ରାଶି,କିପରି ହୋଇଛି ଏହାର ଆରମ୍ଭ ?
1 min readସକାଳୁ ଉଠିବା ମାତ୍ରେ ଅନେକ ଲୋକ ନିଜର ରାଶିଫଳ ଦେଖିବା ଅଭ୍ୟାସ ଅଛି। ସମସ୍ତଙ୍କୁ ନିଜ ରାଶି ବାବଦରେ ଜାଣିବାର ଜିଜ୍ଞାସା ରହିବା ସ୍ବାଭାବିକ କଥା। ଦିନ ଆରମ୍ଭ ରୁ ଭଲ କି ଖରାପ ଜାଣି ନିଜ କାର୍ଯ୍ୟ ଆରମ୍ଭ କରିଥାନ୍ତି ।ହେଲେ ଆପଣ କେବେ ଭାବିଛନ୍ତି କାହିଁକି ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ରହିଛି । ଗୋଟେ କମ କି ଗୋଟେ ଅଧିକ ନୁହେଁ ।ଯାହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି ଯାହାକୁ ବହୁତ କମ ଲୋକ ଜାଣିଥାନ୍ତି । ତେବେ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦଙ୍କ ମତରେ, ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ରହିବା ପଛରେ ଏକ ବୈଜ୍ଞାନିକ କାରଣ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆକାଶ ମଣ୍ଡଳରେ ୩୬୦ ଅଂଶ ଅଛି। ଯାହାକୁ ୧୨ ରାଶି ଓ ୧୨ ନକ୍ଷତ୍ରରେ ଭାଗ କରାଯାଇଛି। ଗୋଟିଏ ରାଶିରେ ୩୦ ଅଂଶ ଅଛି। ତେବେ ଏହି ୧୨ ଭାଗରୁ ୧୨ଟି ରାଶିର ନିର୍ମାଣ ହୋଇଛି। ୧୨ ରାଶି ଗୁଡା ହେଲା ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ ଓ ମୀନ।
ତାରା ନାମରୁ ନାମିତ ହୋଇଛି ରାଶିର ନାଁ: ତେବେ ଆକାଶକୁ ୧୨ ଭାଗ କରାଯାଇଥିଲା ସେହି ୧୨ ଭାଗରୁ ୧୨ ସ୍ଥାନ ନିର୍ଦ୍ଧାରଣ କରାଯାଇଥିଲା। ସେହି ଆଧାରରେ ୧୨ ରାଶିର ନାମକରଣ କରାଯାଇଥିବା କୁହାଯାଏ। ଆକାଶର ୧୨ଟି ଭାଗରେ ଥିବା ଏହି ତାରାମାନେ ଧାର୍ମିକ ଦୃଷ୍ଟିରୁ ମଧ୍ୟ ମହତ୍ତ୍ବପୂର୍ଣ୍ଣ। ଏହି କାରଣ ଯୋଗୁଁ ଏହି ତାରାଙ୍କ ନାମରୁ ୧୨ ରାଶିର ନାଁ ପଡ଼ିଛି। ସେଥିପାଇଁ ପ୍ରତ୍ୟେକ ରାଶିର ସ୍ବାମୀ ଗ୍ରହ ଅଛନ୍ତି। ତା’ସହ ୧୨ ରାଶିର ୧୨ ପ୍ରତୀକ ଚିହ୍ନ ବି ଅଛି। ପ୍ରତ୍ୟେକ ରାଶିର ସ୍ବଭାବ ବା ଗୁଣ ଭିନ୍ନ ହୋଇଥିବାରୁ ଲୋକଙ୍କ ସ୍ବଭାବ ମଧ୍ୟ ସେହିଭଳି ଅଲଗା ହୋଇଥାଏ।