Pratidin TV

Odisha's Digital News Platform

ଗରଦପୁର କୃଷି ବିଭାଗ ଟେକ୍ନିସିଆନକୁ ଉଠାଇ ନେଲା କଟକ ଭିଜିଲାନ୍ସ ଟିମ

କେନ୍ଦ୍ରାପଡା ; ଗରଦପୁର କୃଷି ବିଭାଗ ଟେକ୍ନିସିଆନକୁ ରାତାରାତି ଉଠାଇ ନେଲା କଟକ ଭିଜିଲାନ୍ସ ଟିମ । ଖବର ଅନୁୁଯାୟୀ ଧାନ ବାଡ଼ା ମେସିନ୍ ସପ୍ଲାୟରକୁ ବିଲ୍ କରିଦେବାକୁ କହି ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗରଦପୁର କୃଷି ବିଭାଗ ଟେକ୍ନିସିଆନକୁ ମାଡ଼ି ବସିଲା କଟକ ଭିଜିଲାନ୍ସ ଟିମ୍ ।

କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକରେ ରବିବାର ରାତିରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗରଦପୁର ବ୍ଳକ୍ କୃଷି ବିଭାଗ କାର୍ଯ୍ୟାଳୟର କାର୍ଯ୍ୟରତ ସହକାରୀ କୃଷି ଟେକ୍ନିକାଲ ମ୍ୟାନଜର ରାଜେଶ କୁମାର ସେନାପତି ଲାଞ୍ଚ ନେଉଥିଲେ । ତେବେ ପୂର୍ବରୁ ଏହି ଖବର ପାଇଥିବା କଟକ ଟିମ ନିଜକୁ ପ୍ରସ୍ତୁତ ରଖିଥିବା କଟକ ଭିଜିଲାନ୍ସ ଟିମ ଶନିବାର ସେହି ସମୟରେ ଭିଜିଲାନ୍ସ ଟିମ ରାଜେଶ ଉଠାଇନେଇଥିଲା ! ପରେ ପରେ ରାଜେଶ ର ବାସଭବନରେ ମଧ୍ୟ ଚଢ଼ାଉ କରିଥିଲା ସେହି ସମୟରେ ବିଭିନ୍ନ କାଗଚପତ୍ର ମଧ୍ୟ ଜବତ କରିବା ସହିତ ରାଜେଶକୁ ଗିରଫ କରିଛଥିଲା କଟକ ଭିଜିଲାନ୍ସ ଟିମ ।

Leave a Reply

Your email address will not be published. Required fields are marked *