Pratidin TV

Odisha's Digital News Platform

ସୋସିଆଲ୍‌ ମିଡିଆରେ ନିଆଁ ଲଗାଉଛି ହ୍ରିତିକ୍‌-ଦୀପିକାଙ୍କ ବିଚ୍‌ ରୋମାନ୍ସ,…

1 min read

ନୂଆ ବର୍ଷରେ ଧମାଲ କରିବାକୁ ଆସୁଛନ୍ତି ବିଟାଉନର ନୂଆ ଯୋଡି ବଲିଉଡ୍‌ର ଷ୍ଟାର ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନ। ତାଙ୍କ ଅଭିନୀତ ଫିଲ୍ମ ଆସନ୍ତା ମାସ ଅର୍ଥାତ ଜାନୁଆରୀ ରେ ଫିଲ୍ମ ‘ଫାଇଟର୍’ ରିଲିଜ୍ ହେବ ,ଯାହାର ଅପେକ୍ଷାରେ ଅନେକ ପ୍ରଶଂସକ କରିଛନ୍ତି । ଟିଜର ଆସିବା ପରେ ତାକୁ ଦେଖି ଫ୍ୟାନ୍ସ ପାଗଳ ହୋଇଯାଇଥିଲେ । ତେବେ ନିକଟରେ ଫିଲ୍ମର ପ୍ରଥମ ଗୀତ’ ଶେର୍ ଖୁଲ୍ ଗୟ’ ମୁକ୍ତିଲାଭ କରିଥିଲା ​​। ବର୍ତ୍ତମାନ ନିର୍ମାତାମାନେ ଫିଲ୍ମର ଆଉ ଏକ ଗୀତ ଇଶ୍କ ଜୟସା କୁଛ ‘ରିଲିଜ୍ କରିଛନ୍ତି। ଏହି ଗୀତ ରିଲିଜ୍ ହେବା ମାତ୍ରେ ଚର୍ଚ୍ଚାକୁ ଆସି ଯାଇଛି ।କାରଣ ହ୍ରିତ୍ରିକ୍ ଓ ଦୀପିକା ସମୁଦ୍ର କୂଳରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଗୀତ ରିଲିଜ୍ ହେବାମାତ୍ରେ ଇଣ୍ଟରନେଟ୍‌ରେ ନିଆଁ ଲଗେଇଦେଇଛି ।

ହ୍ରିତିକ ଏବଂ ଦୀପିକାଙ୍କର ସିଜଲିଂ କେମେଷ୍ଟ୍ରି ଦେଖି ପ୍ରଶଂସକମାନେ ଦିୱାନା ହୋଇଯାଇଛନ୍ତି। ଏହି ଗୀତଟି ଦେଖିଲେ ସେମାନଙ୍କ ପୁରୁଣା ଫିଲ୍ମ ର ଗୀତ ‘ଘୁଙ୍ଗୁରୁ ଟୁଟ୍ ଗୟେ’, ‘ଖୁଦା ଜାନେ’, ଏପରିକି ‘ବେସରମ୍ ରଙ୍ଗ୍’ କୁ ମନେପକାଇ ଦେଇପାରେ। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ବାରା ନିର୍ଦ୍ଦେଶିତ ‘ଫାଇଟର୍’ରେ ଆକ୍ସନ ଭରପୂର ରହିଛି। ଭାରତୀୟ ବାୟୁସେନାର ବିଭିନ୍ନ ବିମାନଘାଟିରେ ସତ ସୁଖୋଇ ବିମାନକୁ ନେଇ ଏହାର ସୁଟିଂ ହୋଇଛି। ଏଥିରେ ଉଭୟ ହ୍ରିତ୍ରିକ୍ ଓ ଦୀପିକା ଫାଇଟର୍ ଜେଟ୍ ବିମାନର ପାଇଲଟ୍ ଭୂମିକାରେ ଅଛନ୍ତି। ଫିଲ୍ମରେ ସେମାନଙ୍କ ସହିତ ଅନୀଲ କପୁର୍, କରନ ସିଂହ ଗ୍ରୋଭର୍ ଓ ଅକ୍ଷୟ ଓବେରୟ ମଧ୍ୟ ଅଭିନୟ କରିଛନ୍ତି। ଗଣତନ୍ତ୍ର ଦିବସ ଉପଲକ୍ଷେ ଫିଲ୍ମଟି ଜାନୁଆରି ୨୫ ତାରିଖରେ, ରିଲିଜ୍ ହେବ।

Advertisement

Leave a Reply

Your email address will not be published. Required fields are marked *