Pratidin TV

Odisha's Digital News Platform

(ଭିଡିଓ)ବଡ଼ ଦିନରେ କୁହୁଡି ଚାଦରରେ ଲୁଚି ଯାଇଥିଲା କୋଣାର୍କ ମନ୍ଦିର

ରାଜ୍ୟରେ ଜାରି ରହିଛି ଶୀତ ର ଲହରୀ । ଆଜି ଡିସେମ୍ବର 25 ଅର୍ଥାତ ବଡ଼ ଦିନ। ସ୍କୁଲ ଅଫିସ ସବୁ ଆଜି ଛୁଟି ଥିବା ବେଳେ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଜମିଥିଲା ଭିଡ । ତେବେ ଆଜି ଏକ ଆଶ୍ଚଯ୍ୟ ଜଣକ ଘଟଣା ଘଟିଥିଲା ।ଘନ କୁହୁଡ଼ିରେ ଲୁଚିଗଲା କୋଣାର୍କ ମନ୍ଦିର। ସୂର୍ଯ୍ୟମନ୍ଦିର ଠାରୁ ଆରମ୍ଭ କରି ଚାରିପଟ ଅଞ୍ଚଳରେ ପୁରା କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଆଜି ଘନ କୁହୁଡ଼ିରେ ଲୁଚିଗଲା କୋଣାର୍କ ମନ୍ଦିର। ଆଜି ସୂର୍ଯ୍ୟମନ୍ଦିର ଠାରୁ ଆରମ୍ଭ କରି ଚାରିପଟ ଅଞ୍ଚଳରେ ପୁରା କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା । ଫଳରେ ପର୍ଯ୍ୟଟକମାନ ବ୍ଲାକ ପାଗୋଡ଼ା ଦେଖିବାରୁ ଆଜି ବଞ୍ଚିତ ହୋଇଥିଲେ। ବଡ଼ଦିନ ଉପଲକ୍ଷେ ସକାଳୁ ସୂର୍ଯ୍ୟ ମନ୍ଦିର ପରିସରରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ହେଲେ ଏତେ କୁହୁଡ଼ି ଥିଲା ଯେ ପର୍ଯ୍ୟଟକମାନେ ବ୍ଲାକ ପାଗୋଡ଼ାର ସୌନ୍ଦର୍ଯ୍ୟ ଦେଖିବାରୁ ପାଇଁ ନଥିଲେ । କୁହୁଡି ଯୋଗୁ ରାସ୍ତାରେ ଯିବା ଆସିବା କରିବାରେ କଷ୍ଟସାଧ୍ୟ ହୋଇଥିଲା । କୁହୁଡିର ବହଳିଆ ଆସ୍ତରଣ ଯୋଗୁ ନିକଟରୁ ଦେଖିବା ସମ୍ଭବ ହେଉନଥିଲା । ଫଳରେ ଗାଡି ମୋଟର ଚଳାଚଳରେ ଅସୁବିଧା ସୃଷ୍ଟି ହେଉଛି ।

Leave a Reply

Your email address will not be published. Required fields are marked *