Pratidin TV

Odisha's Digital News Platform

କାଲିଠୁ ଭାରତର ଦକ୍ଷିଣ ଆଫ୍ରିକା ପରୀକ୍ଷା,ମଇଦାନକୁ ଆସିବେ ରୋହିତ,ବିରାଟ …

1 min read

ନଭେମ୍ବର ୧୯ ବିଶ୍ୱକପ ଫାଇନାଲ ହାରିବା ପରେ ଖେଳ ରୁ ଦୁରେଇ ରହିଥିଲେ ଭାରତ ରୋହିତ ଶର୍ମା । ଦୀର୍ଘ ଦେଢ଼ ମାସ ହେଲା କୌଣସି ମ୍ୟାଚ ଖେଳି ନାହାନ୍ତି ରୋହିତ । ଦିନିକିଆ ଏବଂ ଟି 20 ସାରି ଯାଇଥିବା ବେଳେ କଲି ଠୁ ଆରମ୍ଭ ହେବ ୭ ମ୍ୟାଚ । ତେବେ ବିଶ୍ୱକପ ହରିବାର ଦୁଃଖ ସାରା ଜୀବନ ରୋହିତ ଶର୍ମାଙ୍କର ମନେ ରହିବ। କିନ୍ତୁ ଏହି ପରାଜୟ ଦୁଃଖରୁ ମୁକୁଳିବା ଓ ଭାରତର ୩୧ ବର୍ଷ ଧରି ରହିଥିବାର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ରୋହିତ ଶର୍ମା ପ୍ରତିଶ୍ରୁତିବଦ୍ଧ। କାଲିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ୨ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌।

ରୋହିତଙ୍କ ବ୍ୟତୀତ ବିଶ୍ୱକପ ଫାଇନାଲ ପରାଜୟ ପରେ ବିରାଟ କୋହଲି ଓ ଯଶପ୍ରୀତ ବୁମ୍ରା ଟେଷ୍ଟ କୁ ଫେରିବେ। ୧୯୯୨ ପରଠାରୁ ଭାରତ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜ ଖେଳୁଛି। କିନ୍ତୁ ଏହି ୩୧ ବର୍ଷ ମଧ୍ୟରେ ଥରେ ହେଲେ ବି ଦଳ ଦକ୍ଷିଣ ଆଫ୍ରିକାକୁ ତା’ ମାଟିରେ ହରାଇ ପାରିନି। ତେଣୁ ୩୧ ବର୍ଷ ଧରି ରହିଥିବା ଅପେକ୍ଷାରେ ଅନ୍ତ ଘଟାଇବା ଲକ୍ଷ୍ୟରେ ରୋହିତ ବାହିନୀ ଲକ୍ଷ ରହିଛି । ତେବେ ଭାରତ ରାସ୍ତାରେ ବର୍ଷା ବାଧକ ହୋଇପାରେ। କାରଣ ଟେଷ୍ଟ ମ୍ୟାଚର ପ୍ରଥମ ଦୁଇ ଦିନ ବର୍ଷା ଯୋଗୁ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେଞ୍ଚୁରିଅନ ଟ୍ରାକ୍‌ ତା’ର ବାଉନ୍ସ ଓ ସ୍ପିଡ ପାଇଁ ବେଶ ଜଣାଶୁଣା। ତେଣୁ ବ୍ୟାଟ ଓ ବଲ ମଧ୍ୟରେ ଭଲ ଲଢ଼େଇ ଦେଖିବାକୁ ମିଳିବ।

ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା, ଯଶସ୍ୱୀ ଜୈସୱାଲ, ଶୁବମନ ଗିଲ, ବିରାଟ କୋହଲି, କେଏଲ ରାହୁଲ(ୱିକେଟ କିପର), ଶ୍ରେୟସ ଆୟର, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ମୁକେଶ କୁମାର, ପ୍ରସିଦ୍ଧ କ୍ରିଷ୍ଣା, ଶାର୍ଦ୍ଦୁଲ ଠାକୁର, କେଏସ ଭାରତ ଓ ଅଭିମନ୍ୟୁ ଈଶ୍ୱରନ(ଦ୍ୱିତୀୟ ଟେଷ୍ଟ)।

ଦକ୍ଷିଣ ଆଫ୍ରିକା ସ୍କ୍ୱାଡ: ତେମ୍ବା ବଭୂମା(ଅଧିନାୟକ), ଏଡେନ ମାର୍କରମ, ଟୋନି ଡେ ଜୋରଜି, ଡିନ ଏଲଗର, କୀଗାନ ପିଟରସନ, କାୟଲ ଭେରୀୟନେ(ୱିକେଟ କିପର), ତ୍ରିଷ୍ଟାନ ଷ୍ଟବ୍ସ, ନାନ୍ଦ୍ରେ ବୁରଗେର, ମାର୍କୋ ୟାନସେନ, ୱିଆନ ମୁଲଡେର, ଗେରାଲ୍ଟ କୋଏଜି, କେଶବ ମହାରାଜ, କାଗିସୋ ରବାଡା, ଲୁଙ୍ଗି ଏନଗିଡି ଓ ଡାଭିଡ ବେଡିଂହାମ।

Leave a Reply

Your email address will not be published. Required fields are marked *