ଜନ୍ମଦିନରେ ଅଟଳଙ୍କୁ ମନେ ପକାଇଛନ୍ତି ଭାରତବାସୀ , ଦିନେ ଯୌତୁକରେ ମାଗିଥିଲେ ପୁରା ପାକିସ୍ତାନ….
1 min readଭୁବନେଶ୍ୱର ; ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କଥା କେବଳ ଭାରତରେ ନୁହେଁ ବରଂ ପୁରା ବିଶ୍ୱରେ ଚର୍ଚ୍ଚିତ । ଆଜି ତ।ଙ୍କ ଜନ୍ମ ଜୟନ୍ତୀକୁ ନେଇ ମନେପକାଇଛି ପୁରା ଭାରତ । କାରଣ ଅଟଳ ଜଣେ ମଣିଷ ନଥିଲେ ମଣିଷ ରୂପରେ ଥିଲେ ଜ୍ଞାନ ବୁଦ୍ଧି ଆଉ ଭାରତୀୟଙ୍କ ସାହସ ଓ ବଳର ଭଣ୍ଡାର । ସେ ଭାରତୀୟ ଜନତା ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ଥିଲେ। ସେ ତିନି ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୬ରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ମାତ୍ର ୧୩ ଦିନ ଥିଲା। ଏହାପରେ ୧୯୯୮ରେ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ୧୩ ମାସ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ୧୯୯୯ରେ ସେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳ ପୂରଣ କରିବାରେ ସେ ହେଉଛନ୍ତି ପ୍ରଥମ ଅଣକଂଗ୍ରେସ ନେତା।
ଆଜି ତାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଆମେ କିଛି ଏଭଳି କଥା କହିବୁ ଯାହା ଆପଣମାନେ ଜାଣିନଥିବେ । ମିଡିଆ ରିପୋର୍ଟ ଅନୁଯାୟୀ ୧୬ ମାର୍ଚ୍ଚ ୧୯୯୯ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ତାନ ଗସ୍ତରେ ଯାଇଥିଲେ । ସେ ଅମୃତସରରୁ ଲାହୋରକୁ ବସ୍ ଯୋଗେ ଯାଇଥିଲେ । ଗଭର୍ଣ୍ଣର ହାଉସରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟ ରେ ଜଣେ ପାକିସ୍ତାନୀ ମହିଳା ସମ୍ବାଦିକା ବାଜପେୟୀଙ୍କୁ ଏପରି ପ୍ରଶ୍ନ ପଚାରିଥିଲେ, ଯେଉଁଥିପାଇଁ ସମଗ୍ର ହଲରେ ନୀରବତା ଛାଇ ଯାଇଥିଲା ।
କାରଣ ଘଟଣା ଏମିତି ଥିଲା କି ଜଣୈ ପାକିସ୍ତାନୀ ସାମ୍ବାଦିକ ବାଜପେୟୀଙ୍କୁ ଭରା ସଭାରେ କହିଥିଲେ ଯେ “ଆପଣ ଅବିବାହିତ । ମୁଁ ଆପଣଙକୁ ବିବାହ କରିବାକୁ ପ୍ରସ୍ତାବ ଦେଉଛି, କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି । ଯଦି ଆପଣ ମୋତେ ମୁହଁ ଦେଖା ସମୟରେ କାଶ୍ମୀର ଦିଅନ୍ତି, ତେବେ ମୁଁ ଆପଣଙ୍କୁ ବିବାହ କରିବି ।”
ମହିଳା ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କିନ୍ତୁ ଅଟଳ ବିହାରୀ ବାଜପେୟୀ କିଛି ସମୟ ଚୁପ୍ ରହି ହସି ହସି କହିଲେ, “ମ୍ୟାଡାମ୍, ମୁଁ ମଧ୍ୟ ଆପଣଙ୍କୁ ବିବାହ କରିବାକୁ ପ୍ରସ୍ତୁତ, କିନ୍ତୁ ମୋର ମଧ୍ୟ ଏକ ସର୍ତ୍ତ ଅଛି । ମୁଁ ଚାହୁଁଛି ଯୌତୁକରେ ମୋତେ ପୂରା ପାକିସ୍ତାନ ଦରକାର।” ଅଟଳ ବିହାରୀ ବାଜପେୟୀଙ୍କ ଏହି ଉତ୍ତର ଶୁଣି ସମସ୍ତ ସାମ୍ବାଦିକ ହସିବାକୁ ଲାଗିଥିଲେ । ପରଦିନ ଏହି ଖବର ଗଣମାଧ୍ୟମରେ ହେଡଲାଇନ୍ ସୃଷ୍ଟି କରିଥିଲା ।