ରାଜ୍ୟରେ ପୁଣି ୧୧ଶହ ଟପିଲା ଦୈନିକ ସଂକ୍ରମଣ
1 min readଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ପୁଣି ନିଜର କାୟା ବିସ୍ତାର କରୁଛି କରୋନା । ଦୈନିକ ସଂକ୍ରମଣ ୧୦୦୦ ଟପିବାରେ ଲାଗିଲାଣି , ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ୧୧୯୬ କରୋନା ସଂକ୍ରମିତ ଚିହ୍ନଟ ।ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬୯୯ ,ସ୍ଥାନୀୟ ସଂକ୍ରମଣରୁ ୪୯୭ ଓ ୧୮ ବର୍ଷରୁ କମ ବର୍ଗଙ୍କ ମଧ୍ୟରେ ୧୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ଚିହ୍ନଟଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୨ ,ସୁନନ୍ଦରଗଡରୁ୧୭୪,କଟକରୁ୧୦୯,ମୟୁରଭଞରୁ୧୦୨,ଷ୍ଟେଟପୁଲରୁ ୭୦,ସମ୍ବଲପୁରରୁ୭୦, ସୋନପୁରରୁ ୫୨,ନୟାଗଡରୁ୩୬,ଝାରସୁଗୁଡାରୁ୩୩,ପୁରୀରୁ୨୭,ଯାଜପୁରରୁ୨୮,ବାଲେଶ୍ୱରରୁ୧୯,ବୋଦ୍ଧରୁ୧୬,ଜଗତସିଂହପୁରଓବଲାଙ୍ଗିରରୁ୧୫,କେଉଁଝରରୁ୧୪,କେନ୍ଦ୍ରାପଡାରୁ୧୧,ନବରଙ୍ଗପୁର,ଭଦ୍ରକଓବରଗଡରୁ୧୨,କୋରାପୁଟରୁ୯,କଳାହାଣ୍ଡିଓଗଜପତିରୁ୬,କନ୍ଧମାଲରୁ୫,ଅନୁଗୁଳରୁ୪,ଢେଙ୍କାନାଳ ଓ ଦେଓଗଡରୁ୩ ଏବଂ ଗଞାମରୁ ୨ ଜଣ ଆକ୍ରାନ୍ତ ରହିଛନ୍ତି ।
ସୂଚନାଓ ଲୋକ ସର୍ମ୍ପକ ବିଭାଗ ସୂଚନା ମୁତାବକ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୩,୧୯୧ କୁ ବୃଦ୍ଧି ପାଇଥିବାବେଳେ,ସକ୍ରିୟ ମାମଲା ୭୦୯୩ ରହିଛି ।ସେହିପରି ୮୦୪ ଜଣ ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୧୨ ଲକ୍ଷ ୮୬ ହଜାର ୯୧୫ ଜଣ ଏଯାଏ ସୁସ୍ଥ ହୋଇ ଫେରିଛନ୍ତି ।