Pratidin TV

Odisha's Digital News Platform

(ଭିଡିଓ) କୁସ୍ତି ଖେଳିଲେ ରାହୁଲ,କୁସ୍ତିଯୋଦ୍ଧାଙ୍କ ଜୀବନଶୈଳୀ ବାବଦ ପଚାରି ବୁଝିଲେ..

1 min read

ଆଗାମୀ ନିର୍ବାଚନ କୁ ନେଇ ବର୍ତ୍ତମାନ ଚର୍ଚ୍ଚା ରେ ରହିଛନ୍ତି ରାହୁଲ ଗାନ୍ଧୀ । କେତେ ବେଳେ କୁଲି ତା କେବେ ବାଇକ ରାଇଡର ଆଉ କେବେ ଯୁବ ଛାତ୍ରଙ୍କ ସହ ମିଶି କଥା ବାର୍ତା ହେଉଥିବା ରାହୁଲଙ୍କ ଗାନ୍ଧୀଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହେଉଥାଏ । ସେ ଆଗାମୀ ନିର୍ବାଚନ ପାଇଁ ସବୁଠି ନିଜେ ବୁଲି ବୁଲି ଲୋକଙ୍କୁ ଭେଟି ତାଙ୍କ ସମସ୍ୟା ବୁଝୁଛନ୍ତି । କିଛି ମାସ ପୂର୍ବରୁ ସେ ଟ୍ରେନରେ ଯାତ୍ରା ମଧ୍ୟ କରିଥିଲେ । ତେବେ ଆଜି ସେ କୁସ୍ତି ଲଢ଼ୁଥିବା ଦେଖିବାକୁ ମିଳିଛି । ଭାରତୀୟ କୁସ୍ତି ସଂଘ ସଭାପତି ଚୟନ ବିବାଦ ଭିତରେ କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ହରିୟାଣାର ଝାଜାର ଜିଲ୍ଲାରେ ଅଲମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ଭେଟି ଆଲୋଚନା କରିଛନ୍ତି ରାହୁଲ । ରାହୁଲଙ୍କ ସହ ସାକ୍ଷାତ ହେବ ପରେ ବଜରଙ୍ଗ କହିଛନ୍ତି, ରାହୁଲ ଏଠାକୁ ଆସି କୁସ୍ତି ଶିଖିବା ସହ ଖେଳିଥିଲେ । କୁସ୍ତିଯୋଦ୍ଧାଙ୍କ ଦୈନନ୍ଦିନ ଜୀବନଶୈଳୀ କେମିତି ତାହା ଜାଣିଥିଲେ ।ବିଜେପି ସାଂସଦ ତଥା କୁସ୍ତି ମହାସଂଘ ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ବିବାଦ ଦେଖାଦେଇଥିଲା । ଯାହାକୁ ବିରୋଧ କରିଥିଲେ କୁସ୍ତିଯୋଦ୍ଧା । ସଞ୍ଜୟ ସିଂ ଅଧ୍ୟକ୍ଷ ହେବା ପରେ କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ଅବସର ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *