Pratidin TV

Odisha's Digital News Platform

ମୋ କୁଡିଆ ଯୋଜନା କରାଇଦେବା ନାଁ ରେ ମାଗୁଥିଲେ ଲାଞ୍ଚ, ଦୁଇବର୍ଷ ଜେଲଦଣ୍ଡ ସହ ଜୋରିମାନା କଲେ ଭିଜିଲାନ୍ସ କୋର୍ଟ…

1 min read

କଟକ: ଗରିବ ଲୋକ ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ରହିଛି । କିନ୍ତୁ ଅନେକ ସମୟରେ କିଛି ଉପରିସ୍ଥ ଅଧିକାରୀଙ୍କ ପାଇଁ ତାହା ବାଟମାରଣା ହେଉଥିବା ଦେଖାଯାଉଛି । ସେହିପରି ଗରିବ ଲୋକଙ୍କ ପାଇଁ ମୋ କୁଡ଼ିଆ ଯୋଜନା ହୋଇଥିବା ବେଳେ ଏହାର ଫାଇଦା ଉଠାଉଥିଲେ ପୂର୍ବତନ ଭିଏଲଡ଼ବ୍ଲୁ ଅଶୋକ କୁମାର ନାୟକ । ଜଣେ ଲୋକକୁ କିସ୍ତି କରାଇ ଦେବା ନାଁରେ ମାଗୁଥିଲେ ଟଙ୍କା । କିନ୍ତୁ ଟଙ୍କା ମାଗିବା ପଡିଲା ମହଙ୍ଗା । ବର୍ତ୍ତମାନ ଯିବେ ଜେଲ୍ ପୂର୍ବତନ ଭିଏଲଡ଼ବ୍ଲୁ ଆଉ ଗଣିବେ ମୋଟା ଅଙ୍କର ଅର୍ଥରାଶି । ସୂଚନା ମୁତାବକ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ପୂର୍ବତନ ଭିଏଲଡ଼ବ୍ଲୁ ଅଶୋକ କୁମାର ନାୟକ ୨୦୧୫ ମସିହାରେ ମୋ କୁଡ଼ିଆ ଯୋଜନାରେ କିସ୍ତି କରାଇଦେବାକୁ କହି ପ୍ରଶାନ୍ତ ନାୟକଙ୍କୁ ମାଗିଥିଲେ ୩୦୦୦ ଟଙ୍କା ଲାଞ୍ଚ । ପ୍ରଶାନ୍ତ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଗତକାଲି ଭିଜିଲାନ୍ସ କୋର୍ଟ ୧୫ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ କଲାପରେ ପୂର୍ବତନ ଭିଏଲଡ଼ବ୍ଲୁ ଅଶୋକ କୁମାର ନାୟକ ଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *