Pratidin TV

Odisha's Digital News Platform

ଭଲ ପାଇ ବାହା ହେଇଥିଲେ , ମାରିଦେଲେ ଶାଶୂଘର ଲୋକେ !

1 min read

ଯାଜପୁର ; ଝିଅଟିଏ ବିଶ୍ୱାସ କରି ଭଲପାଇ ବିବାହ କରି ଆସିଥିଲା । ଭାବିଥିଲା ନୂଆ ସର୍ମ୍ପକ ଗଢିବ ଆଉ ନୂଆ ପରିବାର ସହ ଖୁସିରେ ଜୀବନ କାଟିବ । ହେଲେ ତା ଆଖିର ସ୍ୱପ୍ନ ସବୁଦିନ ପାଇଁ ସ୍ୱପ୍ନ ହୋଇ ରହିଗଲା , ସେ ଭାବିଥିବା ଜୀବନ କେଇଟା ଦିନରେ ଓଲଟ ପାଲଟ ହୋଇଗଲା । କେମିତି ବଦଳିଗଲା ତାକୁ ଭଲପାଇ ପ୍ରତିଶୃତି ଦେଇ ବିବାହ କରିଥିବା ମଣିଷ ଟା ।

ପ୍ରେମ ବିବାହ-ନିର୍ଯ୍ୟାତନା ଓ ପରେ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବର୍ଷାଙ୍କ ପରିବାର । ଦୁଇବର୍ଷ ପୂର୍ବେ ସେହି ଗାଁର ଉମେଶ ମୁଦୁଲିଙ୍କ ସହ ପାଲଟପୁର ପଞ୍ଚାୟତ ଦାସ ସାହିର ବର୍ଷା ସାହୁଙ୍କର ବିବାହ ହୋଇଥିଲା । ହେଲେ ବିବାହ ପରେ ତାଙ୍କୁ ଶାଶୂଘର ଲୋକ ନିର୍ଯାତନା ଦେବା ଅଭିଯୋଗ କରିଆସୁଥିଲେ ।

ମଙ୍ଗଳବାର ବର୍ଷାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ ବାପଘର ଲୋକ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ମଙ୍ଗଳପୁର ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ସ୍ୱାମୀ ଉମେଶ ମୁଦୁଲିଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *