Pratidin TV

Odisha's Digital News Platform

ରଣବୀରଙ୍କ ନାଁରେ FIR ; ଖ୍ରୀଷ୍ଟମାସ୍ ପାର୍ଟିରେ ଏଭଳି କରି ଫସିଗଲେ ଅଭିନେତା …

1 min read

ମୁମ୍ବାଇ ; ଅଡୁଆରେ ଫସିଲେ ବଲିଉଡ୍ ଅଭିନେତା ରଣବୀର କପୁର । ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। କେବଳ ସେ ନୁହେଁ ତାଙ୍କ ପରିବାର ନାଁ ମଧ୍ୟ ବୁଧାର ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ଡିସେମ୍ବର ୨୫ ତାରିଖ ଅର୍ଥାତ୍ ବଡଦିନରେ ରଣବୀର ନିଜ ଝିଅ ରାହାରାକୁ ଜନସାଧାରଣଙ୍କ ଆଗକୁ ଆଣିଥିଲେ । ତା ହସ ନିଜ ଫ୍ୟାମଲୁ ଓ କଜନ୍ସଙ୍ଗ ସହ ରଣବୀର ଖ୍ରୀଷ୍ଟମାସ ପାଳନ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓରେ ରଣବୀର ଜୟ ମାତା ଦି\’ କହି କେକ୍ ଉପରେ ମଦ ଢ଼ାଳୁଛନ୍ତି।

ଏହାପରେ ସେ ଏକ ଲାଇଟର ସାହାର୍ଯ୍ୟରେ କେକ୍‌ରେ ନିଆଁ ଲଗାଇଦେଇଥିଲେ । ଏହି ଭିଡିଓ ଦେଖିବା ପରେ କେତେକ ହିନ୍ଦୁ ଧର୍ମାବଲମ୍ବି ରାଗି ଯାଇଛନ୍ତି। ସଞ୍ଜୟ ତିୱାରୀ ନାମକ ଜଣେ ବ୍ୟକ୍ତି ତାଙ୍କ ଓକିଲ ଆଶିଷ ରାୟ ଏବଂ ପଙ୍କଜ ମିଶ୍ରଙ୍କ ମାଧ୍ୟମରେ ଘାଟକୋପର ପୁଲିସ ଷ୍ଟେସନରେ ଏହି ବଲିଉଡ ଅଭିନେତା ଓ ତାଙ୍କ ପରିବାର ନାଁରେ ମାମଲା ରୁଜୁ କରିଛନ୍ତି।
ରଣବୀର କପୁର ଧାର୍ମିକ ଭାବନାକୁ ଆଘାତ ଦେଇଥିବା ନେଇ ଦାଖଲ ହୋଇଥିବା ଅଭିଯୋଗରେ ଦର୍ଶାଯାଇିଛି।

Leave a Reply

Your email address will not be published. Required fields are marked *