Pratidin TV

Odisha's Digital News Platform

କ୍ରିକେଟରରୁ ସାଜିଲେ କନମ୍ୟାନ, ଋଷଭ ପନ୍ତଙ୍କ ଠାରୁ ଠକିଲେ ୧.୬୩ କୋଟି…

1 min read

କ୍ରିକେଟରରୁ ସାଜିଲେ କନମ୍ୟାନ । ବିଳାସପୂର୍ଣ୍ଣ ଜୀବନ ବଞ୍ଚିବା ପାଇଁ ଯୁବ କ୍ରିକେଟରଙ୍କର ରହିଥିଲା ଭିନ୍ନ ଯୋଜନା । ଆଉ ଆପଣେଇ ନେଲେ ଠକେଇର ରାସ୍ତା । ମୁମ୍ବାଇର ତାଜ ପ୍ୟାଲେସ ସହିତ ଏକାଧିକ ହୋଟେଲ ଏବଂ ରିସର୍ଟ ଗୁଡିକୁ ଠକେଇ ଅଭିଯୋଗରେ ଜଣେ ୨୫ ବର୍ଷୀୟ ପୂର୍ବତନ କ୍ରିକେଟରଙ୍କୁ ଗିରଫ କରିଛି ପୋଲିସ । ସବୁବେଳେ ବିଳାସମୟ ଜୀବନ ବିତାଇବା ପାଇଁ ସ୍ୱପ୍ନ ଦେଖୁଥିବା ପୂର୍ବତନ କ୍ରିକେଟର ମ୍ରିଣାଙ୍କ ସିଂହ ଅନେକ ବିଶିଷ୍ଟ ଲୋକଙ୍କୁ ଲଗାଇଛନ୍ତି କୋଟି କୋଟି ଟଙ୍କାର ଚୂନା । ଆଉ ଏହି ତାଲିକାରୁ ବାଦ ପଡି ନାହାନ୍ତି ଭାରତୀୟ କ୍ରିକେଟର ଋଷଭ ପନ୍ତ । ପୋଲିସ ଜାଣିବାକୁ ପାଇଛି ଯେ ଅଭିଯୁକ୍ତ ମ୍ରିଣାଙ୍କ ୨୦୨୦-୨୦୨୧ ମସିହାରେ ଶ୍ରୀ ପନ୍ତଙ୍କୁ ୧.୬୩ କୋଟି ଟଙ୍କା ଠକିଛନ୍ତି । କେଉଁଠାରେ ନିଜକୁ କ୍ରିକେଟର କହିଥିଲେ ତ ଆଉ କେଉଁଠାରେ ନିଜକୁ ଜଣେ ବରିଷ୍ଠ ପୁଲିସ ଅଧିକାରୀର ପରିଚୟ ଦେଇଥିଲେ ଅଭିଯୁକ୍ତ ମ୍ରିଣାଙ୍କ ସିଂହ । ଆଉ ଏମିତି ପରିଚୟ ଦେଇ କୋଟି କୋଟି ଟଙ୍କା ଠକେଇ କରିଥିବା କହିଛି ପୋଲିସ ।

ସେ ଜଣେ ଆଇପିଏଲ୍ କ୍ରିକେଟର ଭାବରେ ୨୦୧୪ ରୁ ୨୦୧୮ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ । ସେ ଏହି ଦାବିକୁ ବ୍ୟବହାର କରି ଏକ ଲୋକପ୍ରିୟ ବୋଲି କହିଥିଲେ । ଯାହା ତାଙ୍କୁ ମହିଳାମାନଙ୍କୁ ପ୍ରଭାବିତ କରିବା ଏବଂ ଦାମୀ ରେଷ୍ଟୁରାଣ୍ଟରେ ଭୋଜନ କରିବାରେ ସହ ବିଲ୍ ନ ଦେଇ ଫାଇଭ ଷ୍ଟାର ହୋଟେଲରେ ରହିବାକୁ ସାହାଯ୍ୟ କଲା । ସେହିପରି ୨୦୨୨ ଜୁଲାଇରେ ଅଭିଯୁକ୍ତ ମ୍ରିଣାଙ୍କ ସିଂହ ଦିଲ୍ଲୀ ସ୍ଥିତ ହୋଟେଲ୍ ତାଜ୍ ପାଲେସ୍‌ରେ ୫.୫ ଲକ୍ଷ ଟଙ୍କାର ଠକେଇ କରିଥିଲେ । ଗତ ବର୍ଷ ଜୁଲାଇ ମାସରେ ମ୍ରିଣାଙ୍କ ଙ୍କ ସିଂହ ସପ୍ତାହେ ଧରି ତାଜ ହୋଟେଲ୍‌ରେ ରହିଥିଲେ । ମାତ୍ର ଭଡ଼ା ବାବଦକୁ ୫,୫୩,୩୬୨ ଟଙ୍କା ନ ଦେଇ ସେ ଫେରାର ହୋଇଯାଇଥିଲେ । ପଚାରିବାରୁ ସେ କହିଥିଲେ ଯେ, ତାଙ୍କ ସ୍ପନ୍‌ସର୍ର ଆଡିଡାସ୍‌ ବିଲ୍ ପୈଠ କରିବ ବୋଲି । ଆଉ ହୋଟେଲ୍ କର୍ମଚାରୀମାନେ ତାଙ୍କୁ ବିଶ୍ୱାସ କରି ହୋଟେଲ୍‌ର ବ୍ୟାଙ୍କ୍ ଡିଟେଲ୍ ଦେବା ପରେ ସେ ୨ ଲକ୍ଷ ଟଙ୍କା ପୈଠ କରାଯାଇଥିବାର ଏକ ଟ୍ରାଞ୍ଜାକ୍‌ସନ୍ ଆଇ.ଡି ଦେଲେ । କିନ୍ତୁ ଏହା ନକଲି ବୋଲି ସେମାନେ ପରେ ଜାଣିଲେ । ପରେ ଫୋନ୍ କରିବାରୁ ମୃଣାଳଙ୍କ କହିଲେ ଯେ, ଡ୍ରାଇଭର ହାତରେ ନଗଦ ଟଙ୍କା ପଠାଇ ସେ ବିଲ୍ ପୈଠ କରିଦେବେ । କିନ୍ତୁ, ସେ ତାହା କଲେ ନାହିଁ । ମ୍ରିଣାଙ୍କ ଙ୍କ ଠିକଣାରେ ପୁଲିସ ନୋଟିସ ପଠାଇଲେ ବି ତାହା ପହଞ୍ଚିନଥିଲା । ଫୋନ୍ ବନ୍ଦ କରି ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ମ୍ରିଣାଙ୍କ ଙ୍କ ଅବସ୍ଥିତି ଜାଣିବା ପୁଲିସ ପକ୍ଷେ କଷ୍ଟକର ହୋଇଥିଲା । ପରେ ସେ ଦେଶ ବାହାରକୁ ଚାଲିଯାଇ ପାରନ୍ତି ଆଶଙ୍କା କରି ତାଙ୍କୁ ଗିରଫ କରିବା ଲାଗି ପୁଲିସ ତାଙ୍କ ନାଁରେ ଲୁକ୍‌ଆଉଟ୍ ନୋଟିସ୍ ଜାରି କରିଥିଲା ।

Advertisement

ଘଟଣାର ପ୍ରାୟ ଏକ ବର୍ଷ ପରେ ଡିସେମ୍ବର ୨୫ ରେ ସେ ହଂକଂକୁ ପଳାଇବାକୁ ଚେଷ୍ଟା କରୁଥିବାବେଳେ ଦିଲ୍ଲୀ ବିମାନବନ୍ଦରର ଇମିଗ୍ରେସନ କାର୍ଯ୍ୟାଳୟରେ ତାଙ୍କୁ ଅଟକ ରଖାଯାଇଥିଲା । କିନ୍ତୁ ସେଠାରେ ସେ ନିଜକୁ କର୍ଣ୍ଣାଟକର ଅତିରିକ୍ତ ପୁଲିସ ମହାନିର୍ଦେଶକ ଆଲୋକ କୁମାର ବୋଲି ପରିଚୟ ଦେଇ ଖସି ଯିବାକୁ ଚେଷ୍ଟା କରିଥିଲେ । ପୋଲିସ ତାଙ୍କ ଫୋନକୁ ସ୍କାନ କରି ମହିଳାମାନଙ୍କ ସହ ତାଙ୍କର ଅନେକ ଆପତ୍ତିଜନକ ଫଟୋ ଜବତ କରିଛି ଏବଂ କହିଛି ଯେ ତାଙ୍କ ଫୋନରେ ଡ୍ରଗ୍ସ କିଣିବାରେ ଜଡିତ ଥିବା ସାମଗ୍ରୀ ରହିଛି । ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ଅନେକ ମାମଲା ରୁଜୁ ହୋଇଛି ବୋଲି ପୋଲିସ କହିଛି । ଅଭିଯୁକ୍ତଙ୍କୁ ଦୁଇ ଦିନିଆ ପୋଲିସ ହେପାଜତକୁ ପଠାଯାଇଛି ଏବଂ ତଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *