Pratidin TV

Odisha's Digital News Platform

ଗୋରୁଗାଡି ଅଟକାଇବାରୁ ଗୋରକ୍ଷକଙ୍କ ଉପରେ ଆକ୍ରମଣ,୩ ମେଡିକାଲରେ ଭର୍ତ୍ତି…

1 min read

ବାଲେଶ୍ୱର: ଗୋରୁଗାଡି ଅଟକାଇବାରୁ ଗଣ୍ଡଗୋଳ । ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ପରେ ୩ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ୬୦ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଫୁଲାଡି ଠାରେ କିଛି ଗୋରକ୍ଷକ ଦୁଇଟି ଗୋରୁ ଗାଡି ଅଟକାଉଥିବା ବେଳେ ଦୁଇଟି ଗୋରୁ ବୋଝେଇ ଟ୍ରକ୍ ସହ ଗୋଟିଏ କାର୍ ଭଙ୍ଗାରୁଜା ହୋଇଛି । ଗଣ୍ଡଗୋଳରେ ୭ ଜଣ ଆହତ ହେବାସହ କିଛି ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଥିଲା । ୩ ଗୁରୁତରଙ୍କୁ ଆଜି ସକାଳ ସମୟରେ କଟକ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି କାର ଏବଂ ଟ୍ରକ୍ ଦୁଇଟିକୁ ଜବତ କରିବା ସହ ଗୋରୁ ଗୋଡିକୁ ମଧ୍ୟ ଜବତ କରିଛି ।

Advertisement

Leave a Reply

Your email address will not be published. Required fields are marked *