Pratidin TV

Odisha's Digital News Platform

ପ୍ରଥମ ରାଉଣ୍ଡରେ ଯଶ୍‌ୱନ୍ତଙ୍କୁ ପଛରେ ପକାଇଲେ ମୁର୍ମୁ

ନୂଆଦିଲ୍ଲୀ : ଆଜି ରାଷ୍ଟ୍ରପତି ନିର୍ବାଚନର ଫଳ ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା । ଦିନ ୧୧ ଟାରୁ ଆରମ୍ଭ ହୋଇଯାଇଥିଲା ଆଜିର ପ୍ରଥମ ରାଉଣ୍ଡର ଗଣତି । ତେବେ ପ୍ରଥମ ରାଉଣ୍ଡରେ କେବଳ ସାଂସଦ ମାନଙ୍କର ଭୋଟ ଗଣନା କରାଯାଇଛି । ସେଥିରେ ମୋଟ ୭୪୮ ଭୋଟରୁ ଏନ୍‌ଡିଏ ପ୍ରାର୍ଥୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ ମିଳିଥିବା ବେଳେ ଯଶ୍‌ୱନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ଭୋଟ ମିଳିଛି ।

ମୁର୍ମୁଙ୍କ ଭୋଟର ମୂଲ୍ୟ ୩ଲକ୍ଷ ୭୮ ହଜାର ଟଙ୍କା ରହିଛି । ଅନ୍ୟପଟେ ବିରୋଧୀ ଦଳ ପାର୍ଥୀ ଯଶ୍‌ୱନ୍ତ ସିହ୍ନାଙ୍କ ଭୋଟର ମୂଲୟ ୧ଲକ୍ଷ ୪୫ ହଜାର ୬୦୦ଟଙ୍କା ରହିଛି । ସଂଖ୍ୟ ଦୃଷ୍ଟିକୁ ଲକ୍ଷ୍ୟକଲେ ମୁର୍ମୁ ଯଶ୍‌ୱନ୍ତଙ୍କଠୁ ଢେର ଆଗରେ ଅଛନ୍ତି ।ତେବେ ଏହି ନିର୍ବାଚନରେ ଦୌପଦୀ ଯଶ୍‌ୱନ୍ତଙ୍କୁ ବହୁ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *