Pratidin TV

Odisha's Digital News Platform

ଶିକ୍ଷୟତ୍ରୀରୁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ମୁର୍ମୁ

1 min read

ଭାରତର ରାଜନିତିରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ଓଡିଆ ଝିଅ ବୈପଦୀ ମୁର୍ମୁ ।

ଦେଶର ପ୍ରଥମ ଆଦିବାସୀ ଓ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବେ ଗତକାଲିର ନିର୍ବାଚନ ଜିତି ,ଭାରତର ୧୫ ତମ ରାଷ୍ଟ୍ରପତି ଭାବେ ନିବ୍ରାଚିତ ହୋଇଛନ୍ତି ।ଓଡିଶାର ଝିଅ ଦୈପଦୀ ମୁର୍ମୁ ସାରା ଭାରବର୍ଷରେ ଓଡିଶାର ନାଁକୁ ଶିଖରର ଶୀର୍ଷତ୍ତମ ପାହାଚ ଉପରକୁ ନେଇଯାଇଛନ୍ତି ।ଏନ୍‌ଡିଏ ପ୍ରାର୍ଥୀଭାବେ ଦ୍ରୌପଦିଙ୍କୁ ମୋଟ ୬,୭୬,୮୦୩ ଭୋଟ ମିଳିଥିବାବେଳେ ,ତାଙ୍କ ପ୍ରତିଦ୍ୱନ୍ଦୀ ଯଶବନ୍ତ ସିହ୍ନାଙ୍କୁ ୩,୮୦,୧୭୭ ଭୋଟ ମିଳିଥିଲା ।ଏହା ପରେ ଦୈପଦୀଙ୍କ ନିକଟକୁ ଛୁଟି ଆସି ଥିଲା ଅଭିନନ୍ଦନର ସୁଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ ମାଧ୍ୟମରେ ଅଭିନନ୍ଦନ ଜଣାଇ ମୁର୍ମୁଙ୍କ ଅନେକ ପ୍ରଶଂସା କରିଥିଲେ । ଏହାସହ ଶ୍ରୀ ପଟ୍ଟନାୟକ ଆଉ ମଧ୍ୟ କହିଥିଲେ ଯେ ମୁର୍ମୁଙ୍କ ପାଇଁ ସାରା ଓଡିଆ ଜାତି ଆଜି ଗର୍ବିତ । ଏକ ସାଧାରଣ ପରିବାରରୁ ଆସି ଦେଶର ସର୍ବୋଚ୍ଚ ପଦବୀରେ ବସିବା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ । ମୁର୍ମୁଙ୍କ ଉତ୍ସର୍ଗୀକୃତ କର୍ମମୟୀ ଜୀବନ ମହିଳା ସଶକ୍ତିକରଣ ପାଇଁ ଏକ ବଡ ଡଦାହରଣ ।ତେବେ ସେ ନିଜର କ୍ୟାରିୟର ଏକ ବିଦ୍ୟାଳୟର ଶିକ୍ଷୟତ୍ରୀ ଭାବେ ଆରମ୍ଭ କରିଥିଲେ ।

Advertisement

ଏହାପରେ ୧୯୯୭ ରେ ତାଙ୍କର ରାଜନୈତିକ କ୍ୟାରିଅରର ଅୟମାରମ୍ଭ ହୋଇଥିଲା ,ପ୍ରଥମେ ରାଇରଙ୍ଗପୁରୁ କାଉନସିଲର ତାପରେ ୨୦୦୦ ମସିହାରେ ରାଇରଙ୍ଗପୁରର ବିଧାୟିକା ।୨୦୦୨ ରେ ପରିବହନ ଓ ବାଣିଜ୍ୟ ବିଭାଗର ମନ୍ତ୍ରୀ ଭାବେ ପରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଦାୟିତ୍ୱ ନେଇ ପାହାଚ ପରେ ପାହାଚ ଚଢିଥିଲେ ମୁର୍ମୁ । ତେବେ ମୁର୍ମୁ ୨୦୦୪ ପର‌୍ୟ୍ୟନ୍ତ ଏହି ପଦବୀରେ ରହିଥିଲେ । ଏହାପରେ ୨୦୦୨ ରୁ ୨୦୦୯ ଯାଏ ମୟୁରଭଞ ଜିଲ୍ଲାରେ ବିଜେପି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଆଉମଧ୍ୟ ଏସବୁ ଭିତରେ ସେ ୨୦୦୪ ରେ ପୁଣି ବିଧାୟିକା ଭାବେ ନିର୍ବାଚିତ ହୋଇôତଲେ । ଏହାପରେ ୨୦୦୬ ରୁ ୨୦୦୯ ଯାଏଁ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ରହିଥିଲେ । ସେ ୨୦୧୩ରେ ତୃତୀୟ ଥର ପାଇଁ ମୟୁରଭଞ ଜିଲ୍ଲା ବିଜେପି ସଭାପତିଭାବେ କାର‌୍ୟ୍ୟ କରିଥିଲେ ।ଝାରଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ ମୁର୍ମୁ ୨୦୧୫ ରେ ଯୋଗ ଦେଇଥିଲେ । ଯାହାର ଫଳ ସ୍ୱରୁପ ଅ।।ଜି ସେ ସମସ୍ତଙ୍କ ସାମ୍ନାରେ ପ୍ରଥମ ଆଦିବାସୀ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବେ ବିଜୟ ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *