Pratidin TV

Odisha's Digital News Platform

ଅଯୋଧ୍ୟା ବାସୀଙ୍କୁ ମୋଦୀଙ୍କ ଉପହାର, ମହର୍ଷି ବାଲ୍ମିକୀ ଆର୍ନ୍ତଜାତୀୟ ବିମାନବନ୍ଦର ଉଦ୍ଘାଟିତ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାମ ଜନ୍ମଭୂମି ଅଯୋଧ୍ୟା ଗସ୍ତ କରିଛନ୍ତି । ଏହି ଗସ୍ତରେ ମୋଦି ଅନେକ ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଅଯୋଧ୍ୟା ଜଙ୍କସନ ଉଦ୍ଘାଟନ ପରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ସ୍ଥିତ ମହର୍ଷି ବାଲ୍ମିକୀ ଆନ୍ତର୍ଜାତୀୟ ବିମାନ ବନ୍ଦରର ଉଦ୍ଘାଟନ କରିଛନ୍ତି । ଏହି ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ନିର୍ମାଣ ପାଇଁ ୧୪୫୦ କୋଟି ବ୍ୟୟ କରାଯାଇଛି । ବିମାନବନ୍ଦରରେ ଟର୍ମିନାଲ ୬୫୦୦ ବର୍ଗଫୁଟ ଅଞ୍ଚଳରେ ବ୍ୟାପିଥିଲା ବେଳେ ବାର୍ଷିକ ୧୦ ହଜାର ଯାତ୍ରୀଙ୍କ ଯାତାୟାତ ପାଇଁ ବ୍ୟବସ୍ଥା ହୋଇଛି ।

ପ୍ରଧାନମନ୍ତ୍ରୀ ଅଯୋଧୟା ଗସ୍ତ ଲାଗି ବ୍ୟାପିଲ ବ୍ୟବସ୍ଥା ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ଅଯୋଧ୍ୟା ବାସୀ ଭବ୍ୟ ସ୍ୱାଗତ କରିଥିଲେ। ଅଯୋଧ୍ୟାର ନବନିର୍ମିିତ ବିମାନ ବନ୍ଦର ପାଇଁ ଗତ ୨୦୨୨ ଏପ୍ରିଲରେ ଉତ୍ତରପ୍ରଦେଶ ସରକାରଙ୍କ ସହିତ ଚୁକ୍ତି ସ୍ୱାକ୍ଷର କରିଥିଲା ଭାରତୀୟ ବିମାନବନ୍ଦର କତ୍ତୃପକ୍ଷ । ପ୍ରଥମେ ଏହି ବିମାନ ବନ୍ଦରର ନାମ ମର୍ଯ୍ୟାଦା ପରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ନାମ ଅନୁସାରେ ରଖାଯିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ନାମକୁ ପରିବର୍ତ୍ତନ କରାଯାଇଛି ।

ଐତିହାସିକ ଅଯୋଧ୍ୟାରେ ଅନ୍ତର୍ଜାତୀୟ ବିମାନବନ୍ଦର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ଏହି ବିମାନବନ୍ଦରର ଉଦ୍ଦେଶ୍ୟ ହେଉଛି ସଂଯୋଗ ବୃଦ୍ଧି, ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ଏହି ଅଞ୍ଚଳରେ ଅର୍ଥନୈତିକ ବିକାଶକୁ ଉତ୍ସାହିତ କରିବା । ଅଯୋଧ୍ୟାରେ ଥିବା ମହର୍ଷିୀ ବାଲମିକି ଅନ୍ତର୍ଜାତୀୟ ବିମାନବନ୍ଦର, ୧୪୬୨.୯୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହା ସହିତ ବିମାନ ବନ୍ଦରଟି ଆଧୁନିକ ସୁବିଧା ସହିତ ସଜ୍ଜିତ ହୋଇଛି । ଅଯୋଧ୍ୟା ତ୍ରେତୟା ଯୁଗର ଗୈାରବକୁ ସ୍ମରଣ କରାଇ ଚିତ୍ର ବିଚିତ୍ର କରାଯାଇଛି । ଯାହା ଶ୍ରୀ ରାମଙ୍କ ଜୀବନ ଦ୍ୱାରା ସମ୍ପୂର୍ଣ୍ଣ ଅନୁପ୍ରାଣିତ ଏବଂ ‘ନଗର ଶୈଳୀ ଉପରେ ଆଧାରରେ ବିକଶିତ ହୋଇଛି । ବିମାନବନ୍ଦର ବାହାରେ ଏକ ଧନୁ ଏବଂ ତୀରର ଏକ ବଡ଼ ମୂର୍ତି ସ୍ଥାପନ କରାଯାଇଛି । ବିମାନବନ୍ଦରର ମୁଖ୍ୟ ଭବନରେ ୭ ଟି ସ୍ତମ୍ଭ ବ୍ୟବହୃତ ହୋଇଛି ଯାହା ରାମାୟଣର ୭ ଟି ଏପିସୋଡ୍ ପ୍ରତିନିଧିତ୍ୱ କରେ ।

Leave a Reply

Your email address will not be published. Required fields are marked *