Pratidin TV

Odisha's Digital News Platform

ବଙ୍ଗଳାରୁ ଉଦ୍ଧାର ହେଲେ ଭାରତୀୟ ଧନୀ ବ୍ୟବସାୟୀ ଦମ୍ପତ୍ତୀ ଓ କନ୍ୟାର ମୃତଦେହ…

1 min read

ଆମେରିକାର ମାସାଚୁସେଟ୍ସର ଏକ ବିଳାଶମୟ ବଙ୍ଗଳାରୁ ମିଳିଲା ୩ ଭାରତୀୟ ଧନୀ ବ୍ୟକ୍ତିଙ୍କ ମୃତଦେହ । ମୃତଦେହ ଗୁଡିକ ମଧ୍ୟରୁ ଦୁଇଟି ଦମ୍ପତ୍ତିଙ୍କ ଥିବା ବେଳେ ଅନ୍ୟଟି ତାଙ୍କ ଝିଅର ରହିଛି । ମୃତକମାନେ ହେଲେ ୫୭ ବର୍ଷିୟ ରାକେଶ କମଲ, ତାଙ୍କ ପତ୍ନୀ ୫୪ ବର୍ଷିୟ ଟିନା ଏବଂ ଝିଅ ୧୮ ବର୍ଷିୟ ଆରିନା । ପ୍ରାଥମିକା ତଦନ୍ତ ଅନୁଯାୟୀ ଅନ୍ୟ କୈାଣସି କାରଣ ନୁହେଁ ବରଂ ପାରିବାରିକ ହିଂସାକାଣ୍ଡ ଦ୍ୱାରା ସେମାନଙ୍କର ମୃତ୍ୟୁ ହୋଇଛି ବୋଲି ନରଫକ ଡିଷ୍ଟ୍ରିକ୍ଟ ଅଟର୍ଣ୍ଣି କହିଛନ୍ତି । କିନ୍ତୁ ଏଯାବତ ତାଙ୍କ ମୃତ୍ୟୁର ରହସ୍ୟ ଜଣାପଡିନାହିଁ ।

ସୂଚନା ମୁତାବିକ କମଲ ତାଙ୍କ ପରିବାର ସହ ଭାରତରୁ ଆସି ଆମେରିକାର ଏହି ମାସାଚୁସେଟ୍ସର ବଙ୍ଗଳାରେ ରହୁଥିଲେ । ରାକେଶ ଓ ତାଙ୍କ ପତ୍ନୀ ଇଡୁନୋଭା ନାମକ ଏକ ଶିକ୍ଷାନୁଷ୍ଠାନ ଚଳାଇଉଥିଲେ । ଯାହାକି ବର୍ତ୍ତମାନ ବନ୍ଦ ହୋଇଯାଇଛି । ତେବେ ବୋଷ୍ଟନ୍ ୟୁନିଭରସିଟି, ଏମଆଇଟି ସ୍ଲୋନ୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ଏବଂ ଷ୍ଟାନଫୋର୍ଡ ୟୁନିଭରସିଟିର ଆଲୁମନାସ୍ ରାକେଶ କମଲ ଶିକ୍ଷା ପରାମର୍ଶରେ ବ୍ୟାପକ କ୍ୟାରିୟର କରିଥିଲେ ଏବଂ ୨୦୧୬ ରେ ତାଙ୍କ ପତ୍ନୀଙ୍କ ସହ ଏକ ଇଡ-ଟେକ୍ କମ୍ପାନୀ ଆରମ୍ଭ କରିଥିଲେ । କମ୍ପାନୀ ପ୍ରାରମ୍ଭରେ ଭଲ ପ୍ରଦର୍ଶନ କରିଥିଲା । ଯେଉଁଥିପାଇଁ କମଲ ୧୧ ବେଡରୁମ ବିଶିଷ୍ଟ ୧୯,୦୦୦ ବର୍ଗଫୁଟ ଇଷ୍ଟେଟ୍ କୁ ୪ ମିଲିୟନ୍ ଡଲାରରେ କିଣିଥିଲେ ।

ରେକର୍ଡଗୁଡିକ ଜଣାପଡିଛି ଯେ ୨୦୨୧ ଡିସେମ୍ବରରେ କମ୍ପାନୀ ବନ୍ଦ ହୋଇଯାଇଥିଲା । ଆଉ ସେଥିପାଇଁ ଏହି ଦମ୍ପତିଙ୍କ ଘୋର ଏହା ଏକ ଆର୍ଥିକ ସଙ୍କଟର ଶିକାର ହୋଇଥିଲେ । ଏଥିସହିତ ସେମାନେ ରହୁଥିବା ବଙ୍ଗଳା ମଧ୍ୟ ଏକ ବର୍ଷ ପୂର୍ବେ ଜବରଦଖଲ କରାଯାଇଥିଲା । ଏବଂ ଏହାକୁ ମାସାଚୁସେଟ୍ସ ସ୍ଥିତ ୱିଲସୋଣ୍ଡାଲ୍ ଆସୋସିଏଟ୍ସ ଏଲଏଲ୍ସିକୁ ୩ ମିଲିୟନ୍ ଡଲାରରେ ବିକ୍ରି କରାଯାଇଥିଲା । ଏହି ସମ୍ପତ୍ତି ବିକ୍ରୟ ସମୟରେ ୫.୪୫ ମିଲିୟନ ଡ଼ଲାର ହେବ ବୋଲି ଅନୁମାନ କରାଯାଇଛି । ପରେ ଭାରତର ହାର୍ଭାର୍ଡ ୟୁନିଭରସିଟି ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଲୁମନା ଟିନା କମଲ ମଧ୍ୟ ସେପ୍ଟେମ୍ବର ୨୦୨୨ ରେ ଦେବାଳିଆ ଆହୁରୀ ଦେବାଳିଆ ହୋଇଥିଲା । ଯାହା ଏହି ଦମ୍ପତିଙ୍କ ଆର୍ଥିକ ଅଭାବକୁ ଆହୁରୀ ପ୍ରଭାବିତ କରିଥିଲା ।

ପରେ ମୃତ କମଲଙ୍କ ପରିବାର ବିଷୟରେ ସେତେବେଳେ ଜଣାପଡିଥିଲା, ଯେତେବେଳେ ତାଙ୍କ କୈାଣସି ଖୋଜ ଖବର ନ ମିଳିବାରୁ ତାଙ୍କ ପଡୋଶୀ ଜୈନିକ କମଲଙ୍କ ଘରକୁ ଆସିଥିଲେ । ହେଲେ ଘରଭିତରେ ୩ ଜଣଙ୍କ ମୃତଦେହ ଦେଖି ସେ ପୋଲିସକୁ ଖବର ଦେଇଥିଲେ । ଆଉ ଖବର ପାଇ ପୋଲିସ ଘଟଣାସ୍ଥାଳକୁ ଆସି ତଦନ୍ତ କରିଥିଲା । ଆଉ ସେଠାରେ ପହଞ୍ଚିବା ପରେ ରାକେଶ, ଟିନା ଏବଂ ଆରିନାଙ୍କ ମୃତଦେହ ଘର ଭିତରୁ ମିଳିଥିଲା ।ତେବେ ଏମାନଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛି । ରିପୋର୍ଟ ଆସିବା ପରେ ସେମାନଙ୍କୁ କେହି ଗୁଳି କରି ହତ୍ୟା କରିଛି କି ସେମାନେ ନିଜେ ନିଜେ ଜୀବନ ହାରିଛନ୍ତି ତାହାର ପ୍ରକୃତ ସତ୍ୟାସତ୍ୟ ଜଣାପଡିବ । ବୋଲି ଆଟର୍ଣ୍ଣି ମାଇକେଲ ମରିସସୀ କହିଛନ୍ତି । କିନ୍ତୁ ସେ କହିଛନ୍ତି ଯେ ରାକେଶ କମଲଙ୍କ ମୃତଦେହ ନିକଟରେ ବନ୍ଧୁକ ମିଳିଛି ବୋଲି ।

ସେପଟେ ମୃତକଙ୍କ ମଧ୍ୟରେ ଝିଅ ଆରିନା ସ୍ନାୟୁ ବିଜ୍ଞାନ ଅଧ୍ୟୟନ କରୁଥିଲେ । ତାଙ୍କ ସ୍କୁଲ ମିଲଟନ୍ ଏକାଡେମୀ ଏକ ବିବୃତ୍ତିରେ କହିଛି ଯେ ଆରିନା ଜଣେ ମଧୁର, ସ୍ମାର୍ଟ ଏବଂ ଦୟାଳୁ ଯୁବତୀ ଯିଏକି ତାଙ୍କର ସମ୍ପୂର୍ଣ୍ଣ ସାମର୍ଥ୍ୟକୁ ହୃଦୟଙ୍ଗମ କରିବାକୁ ଆରମ୍ଭ କରିଥିଲେ । ଶ୍ରୀ ମୋରିସି କହିଛନ୍ତି ଯେ ନର୍ଫାଲ୍କ ଜିଲ୍ଲାର ପ୍ରାୟ କୈାଣସି ସମ୍ପ୍ରଦାୟରେ ଏହି ପ୍ରକାର ହିଂସା ପରିସ୍ଥିତି ଅତି ବିରଳ ଅଟେ । ଏହା ଏକ ଛୋଟ, ସୁପରିଚାଳିତ ସମ୍ପ୍ରଦାୟ, କିନ୍ତୁ ଅନ୍ୟ ସମସ୍ତଙ୍କ ପରି ସେଠାରେ ମଧ୍ୟ କିଛି ସମସ୍ୟା ଅଛି ଯାହା ଆପଣ କେଉଁଠାରେ ରୁହନ୍ତୁ ନା କାହିଁକି ପ୍ରଭାବିତ କରିପାରେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *