Pratidin TV

Odisha's Digital News Platform

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ

1 min read

ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରିକ୍ଷା ଫଳ ।ଛାତ୍ରଛାତ୍ରୀ ମାନେ WWW.CBSE.NIC.IN ୱେବସାଇଟରେ ଯାଇ ନିଜର ପରୀକ୍ଷା ଫଳ ପାଇପାରିବେ ।ଏବର୍ଷ ଦ୍ୱାଦଶରେ ମୋଟ ପାସ ହାର ୯୨.୭୧ ପ୍ରତିଶତ ରହିଛି ।ସେଥିମଧ୍ୟରୁ ଛାତ୍ରପାସ୍ ହାର ୯୧.୨୫% ଥିବାବେଳେ ,ଛାତ୍ରୀ ପାସ୍ ହାର ୯୪.୫୪ % ରହିଛି ।

ଏଥର ପରୀକ୍ଷା ଦେଇଥିଲେ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ଛାତ୍ରଛାତ୍ରୀ । ରେଜଲ୍ଟ ପ୍ରକାସ ପାଇବା ପରେ ଛାତ୍ରଛାତ୍ରୀ ମାନେ ଖୁବ୍ ଉତ୍ସାହିତ ଥିବା ଜଣାପଡିଛି । ତେବେ ଏହାପରେ ଅପରାହ୍ନ ୨ ଟା ପରେ ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳୁଛି ।

Leave a Reply

Your email address will not be published. Required fields are marked *