ମହିଳାଙ୍କୁ ଗର୍ଭବତୀ କଲେ ମିଳିବ ୧୩ଲକ୍ଷ ଟଙ୍କା, ଠକ ଗ୍ୟାଙ୍ଗକୁ ଧରିଲା ପୋଲିସ…
1 min readଦିନକୁ ଦିନ ବୃଦ୍ଧି ପାଉଛି ସାଇବର ଠକେଇ। ଲୋକମାନେ ଯେତେ ସଚେତନ ହେଉଥେଲେ ସୁଦ୍ଧା ଠକମାନେ ତାଙ୍କ ଠାରୁ ଅଧିକ ଚାଲାକ ହେଉଛନ୍ତି । ଆଉ ଆପଣାଉଛନ୍ତି ସାଇବର ଠକେଇର ନୂଆ ନୂଆ ରାସ୍ତା । ସେମାନଙ୍କ ଟାର୍ଗେଟରେ ରହୁଛନ୍ତି ଯୁବକ ମାନେ । ଯେଉଁମାନେ କି ଅତି ସହଜରେ ଠକ ମାନଙ୍କ ପାଲରେ ପଡିଯାଉଛନ୍ତି । ସେହିପରି ଏଠାରେ ମଧ୍ୟ ଠକାମୀ ଶିକାର ହୋଇଛନ୍ତି ଯୁବକ ମାନେ । ମହିଳାଙ୍କୁ ଗର୍ଭବତୀ କରିବା ଆଳରେ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଲାଳସା ଦେଖାଇ ଠକେଇ କରୁଥଲେ । ଯାହାର ବର୍ତ୍ତମାନ ପର୍ଦ୍ଦଫାସ କରିଛି ପୋଲିସ । ବିହାରର ନୱାଦରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଥିବା ସାଇବର ପୋଲିସ ଷ୍ଟେସନ ଏକ ଗ୍ୟାଙ୍ଗର ଖୁଲାସା କରିଛି ।
ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ମହିଳାଙ୍କର ବିଭିନ୍ନ ଫଟୋ ଅନଲାଇନରେ ଯୁବକ ମାନଙ୍କ ପାଖକୁ ପଠାଉଥିଲେ । ପରେ ସେମାନଙ୍କ ଅନ୍ୟାନ୍ୟ ବିବରଣୀ ଦେଉଯାଇଥିଲା । ଆଉ ସେହି ଯୁବତୀ ମାନଙ୍କୁ ଗର୍ଭବତୀ କରିବା ପାଇ ପର୍ବତ୍ତାଉ ଥିଲେ । ଆଉ ଛୁଆ ଜନ୍ମ ହେବାପରେ ସେହି ଯୁବକଙ୍କୁ ୧୩ ଲକ୍ଷ ଟଙ୍କା ମିଳିବ । ଆଉ ଯଦି ବିଫଳ ହୁଅନ୍ତି ତେବେ ୫ ଲକ୍ଷ ଟଙ୍କା ଦେବାକୁ ପ୍ରତିଶୃତି ଦେଉଥିଲେ । ତେବେ ଏଭଳି ଅଫରରେ ଯେ କେହିବି ଫସିବା ସହଜ । ତେଣୁ ଏପତି ଠକେଇ କରି ଠକ ଗ୍ୟାଙ୍ଗ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଅଭି୍ଯୋଗ ହୋଇଥିଲା ।
ସୂଚନା ଅନୁଯାୟୀ ଏହି ଠକେଇ ଅଭିଯୋଗ ପରେ ଏସଆଇଟି ଶୁକ୍ରବାର ଜିଲ୍ଲାର ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳର ଗୁରୁମା ଗ୍ରାମରେ ମୁନ୍ନା କୁମାର ଓରଫ ଦୀପକଙ୍କ ଘରେ ଚଢାଉ କରିଥିଲା । ଯିଏକି ଏହି ଗ୍ୟାଙ୍ଗର ମଷ୍ଟରମାଇଣ୍ଡ ଥିଲା । ପୁଲିସ ଏଠାରୁ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ସେମାନଙ୍କୁ ଖୋଜା ଚାଲିଛି । ଚଢ଼ାଉ ସମୟରେ ପୁଲିସ ୯ ଟି ମୋବାଇଲ, ପ୍ରିର୍ଣ୍ଟ ଏବଂ ବହୁ ମହିଳାଙ୍କ ତଥ୍ୟ ଜବତ କରିଛି ।
କାର୍ଯ୍ୟାନୁଷ୍ଠାନ ପରେ ସୂଚନା ଦେଇ ଡିଏସପି କଲ୍ୟାଣ ଆନନ୍ଦ କହିଛନ୍ତି ଯେ ସମସ୍ତ ଅପରାଧୀ ଅଲ ଇଣ୍ଡିଆ ଗର୍ଭବତୀ ଚାକିରି ନାମକ ଏକ ସଂସ୍ଥା ମାଧ୍ୟମରେ ଏକ ଠକେଇ ଗ୍ୟାଙ୍ଗ ଚଳାଉଥିଲେ । ସମସ୍ତ ଅଭିଯୁକ୍ତ ମହିଳା ଗର୍ଭବତୀ ହେବା ନାମରେ ଲୋକଙ୍କୁ ଠକି କରି ବିପୁଳ ପରିମାଣର ଟଙ୍କା ଲୁଟି ନେଇଥିଲେ । ଏଥିପାଇଁ ସେ ମୋବାଇଲରେ ଲୋକଙ୍କୁ ଫଟୋ ପଠାଉଥିଲେ । ଏହା ପରେ, ଯଦି ସେମାନେ ଗର୍ଭବତୀ ହୁଅନ୍ତି ତେବେ ୧୩ ଲକ୍ଷ ଟଙ୍କା ନ ହେଲେ ୫ ଲକ୍ଷ ଟଙ୍କା ଦେବାକୁ କହି ଠକୁଥିଲେ । ଠକମାନେ ସେହି ଆପରେ ପଞ୍ଜୀକରଣ ନାମରେ ଅନଲାଇନରେ ୭୯୯ ଟଙ୍କା ନେଉଥିଲେ । ଏହା ପରେ ସୁରକ୍ଷା ଫି ନାମରେ ସେମାନେ ୫ ହଜାରରୁ ୨୦ ହଜାର ଟଙ୍କା ନେଉଥିଲେ । ତେବେ ଅଭିଯୁକ୍ତ ମାନେ ଏପରି କେତେ ଜଣଙ୍କୁ ଚୂନା ଲଗାଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଅଭିଯୁକ୍ତଙ୍କ ଫୋନରୁ ମିଳିଥିବା ତଥ୍ୟ ଆଧାରରେ ପୋଲିସ ଅନେକ ଲୋକଙ୍କ ସହ କଥା ହୋଇଛି । ଅନ୍ୟ ରାଜ୍ୟର କିଛି ଲୋକମାନେ ସେମାନଙ୍କ ଠକାମୀ ଫାସରେ ପଡିଥିବା ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ଏହି ମାମଲାରେ ୨୬ ଅଭିଯୁକ୍ତଙ୍କ ବିରୋଧରେ ଜାଲିଆତି ଏବଂ ଆଇଟି ଆକ୍ଟର ବିଭିନ୍ନ ବିଭାଗ ଅଧୀନରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ।