Pratidin TV

Odisha's Digital News Platform

କରୋନା ପଜେଟିଭ ବାହାରିଲେ ଆମେରିକାର ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ହ୍ୱାଇଟ ହାଉସ ପକ୍ଷରୁ ସୁଚନା ମିଳିଛି ଯେ ସେ ବୁଷ୍ଟରର ୨ଟି ଡୋଜ ନେଇସାରିଥିବା ପରେ ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି ।ତାଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ମେଡିସିନ ଖାଉଛନ୍ତି ।

ତେବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ନହେବା ପର୍ଯ୍ୟାନ୍ତ ଅଲଗା ରହି କାର୍ଯ୍ୟ କରିବେ । ଭାରତର ପ୬ଧାନମନ୍ତ୍ରୀ ଶ୍ରୀ ମୋଦୀ ଏହା ସୂଚନା ପାଇବାପରେ ଟ୍ୱିଟ୍ ମାଧ୍ୟମରେ ଜୋ ବାଇଡେନଙ୍କ ଆରୋଗ୍ୟ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *