Pratidin TV

Odisha's Digital News Platform

କୋରାପୁଟ୍ ସେଣ୍ଟ୍ରାଲ୍ ୟୁନିଭରସିଟିରେ ନିଯୁକ୍ତି ସୁଯୋଗ ; ଆଶାୟୀମାନେ ଟାଇପିଷ୍ଟ , ଆସିଷ୍ଟାଣ୍ଟ, ଅନୁବାଦକ ଇତ୍ୟାଦି ପଦ ପାଇଁ କରନ୍ତୁ ଆବେଦନ ….

1 min read

ଭୁବନେଶ୍ୱର ; ସରକାରୀ ଚାକିରୀ ଆଶାୟୀମାନଙ୍କ ପାଇଁ ବଡ ଖବର । ସେଣ୍ଟ୍ରାଲ ୟୁନିଭରସିଟିରେ ବାହରିଲା ନିଯୁକ୍ତି ସୁଯୋଗ । ଶୀଘ୍ର କରନ୍ତୁ ଆବେଦନ । ଯୁକ୍ତ ୨ , ଗ୍ରାଜୁଏସନ୍ ସରିଥିବା ଛାତ୍ରଛାତ୍ରୀମାନେ ମଧ୍ୟ କରିପାରିବେ ଆବେଦନ ।

ପଦବୀ-
ସିଷ୍ଟମ ଆନାଲିଷ୍ଟ, ହିନ୍ଦି ଅଫିସର, କନିଷ୍ଠ ବିଭାଗ କିରାଣୀ (ଏଲଡିସି), ବରିଷ୍ଠ ବିଭାଗ କିରାଣୀ (ୟୁଡିସି), ଅନୁବାଦକ, ଫାର୍ମାସିଷ୍ଟ, ସୁରକ୍ଷା ଅଫିସର, ସେକ୍ସନ ଅଫିସର, ସୁରକ୍ଷା ଇନ୍ସପେକ୍ଟର, ଟେକ୍ନିକାଲ ଆସିଷ୍ଟାଣ୍ଟ, ଡ୍ରାଇଭର, ରୋଷେୟା, ଲାଇବ୍ରେରୀ ଆଟେଣ୍ଡାଣ୍ଟ, ଏମଟିସି ଇତ୍ୟାଦି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସମସ୍ତ ପୋଷ୍ଟ ପାଇଁ ପଦ ସଂଖ୍ୟା, ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା ଓ ଦରମା ହାର ଅଲଗା ଅଲଗା ରହିଛି ।

-ଫାର୍ମାସିଷ୍ଟ ପାଇଁ ବୟସ ୩୨ ବର୍ଷ ରହିଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ଫାର୍ମାସୀରେ ବ୍ୟାଚେଲର ଡିଗ୍ରୀ ରହିଛି ।
-ପରିସଂଖ୍ୟାନ ସହାୟକ ପଦ ପାଇଁ ବୟସ ୩୨ ବର୍ଷ ରହିଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ପରିସଂଖ୍ୟାନରେ ସ୍ନାତକ ରହିଛି।
-ୟୁଡିସି ପଦ ପାଇଁ ପ୍ରାର୍ଥୀ ଯେ କୌଣସି ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ କରିବା ସହିତ ଏଲଡିସି ଭାବେ ଯେ କୌଣସି ସରକାରୀ ସଂସ୍ଥାରେ ଅତିକମରେ ୩ ବର୍ଷ କାର୍ଯ୍ୟ କରିଥିବେ ।

online apply link –https://cuont.samarth.edu.in/index.php/site/login

notification linkhttps://cuo.ac.in/Recruitment/2023/Advertisement-No-06.pdf

-ଲାଇବ୍ରେରୀ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ ଲାଇବ୍ରେରୀ ଓ ସୂଚନା ବିଜ୍ଞାନରେ ସ୍ନାତକ ପାସ୍ କରିଥିବେ । ଏଥିସହିତ ପ୍ରାର୍ଥୀ ଇଂରାଜୀରେ ଟାଇପିଂ ଜାଣିଥିବା ସହ ବୟସ ୩୨ ବର୍ଷ ହୋଇଥିବ ।

-ଏଲଡିସି ପାଇଁ ପ୍ରାର୍ଥୀ ସ୍ନାତକ ପାସ୍ କରିବା ସହିତ ଇଂରାଜୀରେ ମିନିଟକୁ ୩୫ଟି ଶବ୍ଦ ଓ ହିନ୍ଦିରେ ମିନିଟକୁ ୩୦ଟି ଶବ୍ଦ ଟାଇପିଂ କରିପାରୁଥିବେ ।
-ମାଟ୍ରିକ ପାସ୍ କରିଥିଲେ ଡ୍ରାଇଭର ପଦ ପାଇଁ ଆବେଦନ କରିପାରିବେ । ପ୍ରାର୍ଥୀମାନେ ଆସନ୍ତା ମାସ ୧୯ ତାରିଖ ସୁଦ୍ଧା ଅନଲାଇନରେ ଆବେଦନ କରିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *