Pratidin TV

Odisha's Digital News Platform

ବଦଳିଲା ଶ୍ରୀମନ୍ଦିର ନିୟମ ; ନୂଆ ବର୍ଷରୁ ଲାଗୁହେଲା ନୂଆ ନିୟମ , ଯିବା ପୂର୍ବରୁ ଜାଣିନିୟନ୍ତୁ ଏସବୁ ….

1 min read

ଭୁବନେଶ୍ୱର ; ନଭେମ୍ବର ମାସୁରୁ ଘୋଷଣା ପରେ ନୂଆ ବର୍ଷରୁ ବଦଳିଯାଇଛି ଶ୍ରୀମନ୍ଦିର ନିୟମ/କଟକଣା । ଏବେ ନୂଆ ନିୟମ ମାନି ଶ୍ରୀ ମନ୍ଦିରରେ ପ୍ରବେଶ କରିପାରିବେ ଭକ୍ତ ଓ ସେବାୟତ । ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଏହି କଟକଣା ଲାଗୁ କରିବା ପାଇଁ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଥିଲେ । ଶ୍ରୀମନ୍ଦିର ଭିତରେ କେହି ପାନ, ଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ତା’ସହ ମନ୍ଦିର ପ୍ରବେଶ ବେଳେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ବି ସଚେତନ କରିଛି ଶ୍ରୀମନ୍ଦିର ପ୍ରଶାସନ । ଛିଡା,ଚିରା,ମର୍ଡନ ଓ ଛୋଟ ପୋଷାକ ପିନ୍ଧି ଭିତରକୁ ପ୍ରବେଶ କରିପାରିବେନି ଭକ୍ତ ।

ତେବେନୂଆବର୍ଷରେ ବଡ଼ ଦେଉଳରେ ଭକ୍ତଙ୍କୁ ନୂଆ ସୁବିଧା ମିଳିବ । ଏନେଇ ଜିଲ୍ଲା, ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରଛି । ପ୍ରଥମ ଥର ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ଶେଡ୍ ତିଆରି କରାଯାଇଛି । ମରିଚିକୋଟ ଛକରୁ ଫ୍ୟାବ୍ରିକ୍ ଷ୍ଟ୍ରକଚରରେ ତିଆରି ଏହି ଶେଡ୍ ଦେଇ ଭକ୍ତମାନେ ଶ୍ରୀମନ୍ଦିର କାର‌୍ୟ୍ୟାଳୟ ଅଭ୍ୟର୍ଥନା କେନ୍ଦ୍ରରେ ପହଞ୍ଚିବେ । ସେଠାରୁ ସାନଛତା ମଠ ଦେଇ ବଡ଼ ଆଖଡ଼ା ମଠ ସମ୍ମୁଖ ପରିକ୍ରମା ମାର୍ଗ ରାସ୍ତାରେ ନୂତନ ଭାବେ ତିଆରି ହୋଇଥିବା ବ୍ୟାରିକେଡ ଦେଇ ସିଂହଦ୍ୱାର ବାଟେ ମନ୍ଦିରକୁ ପ୍ରବେଶ କରିବେ । ଭକ୍ତମାନେ ଦର୍ଶନ ପରେ ଉତ୍ତର ଦ୍ୱାରରେ ବାହାରି ଦୋଳବେଦୀ କୋଣ ପଛ ରାସ୍ତା ଦେଇ ଶ୍ରୀକୃଷ୍ଣ ସିନେମା ଗଳି ରାସ୍ତାରେ ବଡ଼ଦାଣ୍ଡକୁ ବାହାରିବେ ।

ସେହିପରି ପୁରୀରେ ଅସମ୍ଭବ ଭିଡ଼କୁ ଦେଖି ଯାନବାହନ କଟକଣା ଲାଗିଛି । ବଡ଼ଦାଣ୍ଡରେ ମାର୍କେଟ ଛକଠୁ ସିଂହଦ୍ୱାର ଓ ସମୁଦ୍ରକୂଳରେ ଦିଗବାରେଣୀରୁ ଲାଇଟ ହାଉସ୍ ଯାଏଁ ନୋ- ଭେହିକିଲ୍ ଜୋନ୍ କରାଯାଇଛି । ସବୁ ଟୁରିଷ୍ଟ ବସ୍ ମାଳତୀପାଟପୁରରେ ରହିବ । ହାଲୁକା ଯାନ ପାଇଁ ଜଗନ୍ନାଥବଲ୍ଲଭ ଓ ଜେଲ୍ ରୋଡ୍ , ଶରଧାବାଲି ଓ ଯାତ୍ରୀକାରେ ପାର୍କିଂ ବ୍ୟବସ୍ଥା ହୋଇଛି ।

Leave a Reply

Your email address will not be published. Required fields are marked *