Pratidin TV

Odisha's Digital News Platform

ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ

1 min read

ଭୁବନେଶ୍ୱର ; ବରିଷ୍ଠନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ। ୨୦୧୮ ରୁ ବିଜେଡିରୁ ବହିଷ୍କୃତ ହୋଇଥିଲେ ଦାମ। ବିଜେଡିରୁ ବହିଷ୍କୃତ ପରେ ବିଜେପିରେ ଯୋଗ ଦେଇଥିଲେ ଦାମ ରାଉତ୍ । ୨୦୧୯ ନିର୍ବାଚନରେ ସେ ବିଜେପି ଟିକେଟରେ ବାଲିକୁଦା-ଏରସମାରୁ ଲଢ଼ି ହାରି ଯାଇଥିଲେ। ସେହି ବର୍ଷ ଅକ୍ଟୋବର ମାସରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ।

ତେବେ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ତାଙ୍କ ଉପରକୁ ବହିଷ୍କାର ଆଦେଶ ଉଠାଇ ଦେଇଛନ୍ତି। ଏନେଇ ବିଜେଡି ବିଧାୟକ ତଥା ତାଙ୍କ ପୁଅ ସମ୍ବିତ ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *