Pratidin TV

Odisha's Digital News Platform

ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡକୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର…

1 min read

ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାରକୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର । ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ ଅନୁସାରେ ଖଲିସ୍ତାନୀ ସଂଗଠନ ବାବର ଖାଲ୍‌ସା ଇଣ୍ଟରନ୍ୟାସନାଲ ସହ ଜଡିତ ଗୋଲ୍ଡି ବରାର ଭାରତରେ ହତ୍ୟାକାଣ୍ଡ ଘଟାଇ ସୀମାରୁ ଡ୍ରୋନ୍ ମାଧ୍ୟମରେ ଉଚ୍ଚସ୍ତରୀୟ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ କାରବାରରେ ତାଙ୍କର ଯୋଗଦାନ ପାଇଁ ତାଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି । ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏକ ବିଜ୍ଞପ୍ତିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ ଗୋଲ୍ଡି ବାରାର ଦେଶ ବାହାରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ସଂଗଠନରୁ ସମର୍ଥନ ପାଉଥିଲା । ସେ ଏକାଧିକ ହତ୍ୟାକାଣ୍ଡରେ ସାମିଲ ରହିଥିବା ବେଲେ ଦେଶର ନେତାମାନଙ୍କୁ ହତ୍ୟା ଧମକ ଦେବା ଏବଂ ସେମାନଙ୍କ ଠାରୁ ଚାନ୍ଦା ମାଗିବାର ଅଭିଯୋଗ ହୋଇଥିଲା । କେବଳ ସେତିକି ନୁହେଁ କାନାଡାରେ ଥିବା ଆତଙ୍କବାଦୀ ଗୋଲ୍ଡି ବରାର ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ମାଷ୍ଟର ମାଇଣ୍ଡ ଥିଲା ବୋଲି ଜଣାପଡିଥିଲା । ଏଥିସହ ପଞ୍ଜାବରେ ଭଙ୍ଗାରୁଜା,ଆତଙ୍କୀ ସଂଗଠନ ଗଢିବା, ଟାର୍ଗେଟ କିଲିଂ ଓ ଅନ୍ୟାନ୍ୟ ଦେଶ ବିରୋଦୀ କାର୍ଯ୍ୟ କଳାପରେ ଲିପ୍ତ ରହିଛି ବୋଲି କେନ୍ଦ୍ର ଗୃହମନ୍ତ୍ରଣାଳୟ କହିଛି।

Advertisement

Leave a Reply

Your email address will not be published. Required fields are marked *