Pratidin TV

Odisha's Digital News Platform

ଭୟଙ୍କର ଦୁର୍ଘଟଣ ; ୧୦ ଚକିଆ ଟ୍ରକ୍‌କୁ ପିଟିଲା ମନୋରମା ବସ୍ ,୪୦ ଯାତ୍ରୀ ଆହତ…..

1 min read

କଟକ ; ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା । କଟକ-ଚାନ୍ଦବାଲି ରାସ୍ତାରେ ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୪୦ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର କଟରପଡ଼ା ଛକରେ ଆଜି ସକାଳେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା।

ବସ୍‌ଟି କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହିତ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ବସ୍‌ରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି। ସମସ୍ତ ଆହତଙ୍କୁ ନିଶ୍ଚିନ୍ତକୋଇଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଉଭୟ ବସ୍ ଓ ଟ୍ରକ୍ ଡ୍ରାଇଭର ଫସି ରହିଛନ୍ତି। ସେମାନେ ନିଜ ନିଜ ଗାଡ଼ିରୁ ବାହାରି ପାରି ନାହାନ୍ତି। ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବାହାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

Advertisement

ବସ୍ରେ ଥିବା ଯାତ୍ରୀଙ୍କ କହିବା ଅନୁସାରେ, କୁହୁଡି ଯୋଗୁଁ ରାସ୍ତା ଭଲଭାବରେ ଦେଖା ଯାଉନଥିଲା । କୁହୁଡିକୁ କାଟି ବସ୍ଟି ଆଗକୁ ବଢୁଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ୧୦ ଚକିଆ ଟ୍ରକ ସହ ଧକ୍କା ହୋଇଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *