Pratidin TV

Odisha's Digital News Platform

ଭିନ୍ନ ମଣିଷର ନିଆରା ପ୍ରୟାଶ : ସମାଜକୁ ସ୍ୱଚ୍ଛତାର ବାର୍ତ୍ତା ଦେଲା ଜଣେ ପାଗଳ

1 min read

ଭୁବନେଶ୍ୱର : ପ୍ରକୃତରେ ଦୁନିଆଟା କେଡେ ସ୍ୱାର୍ଥପର , ଯିଏ ଏଠି ନିଜ ସ୍ୱାର୍ଥ ପଛରେ ଧାଇଁଲା ସେ ଏଠି ଭଲ । ଆଉ ଯିଏ ନିଜର ଖୁସିକୁ ଖାତିର ନକରି ଅନ୍ୟର ବା ଆମ ସମାଜର ଭଲ ଛାହେଁ ତାକୁ ସଜେଇ ଦିଅଁନ୍ତି ଏଠି ପାଗଳ । ହଁ ଏ ସମାଜ ପାଇଁ ଜଣେ ପାଗଳ କିନ୍ତୁ ,ଆଜି ସେଇ ପାଗଳ ହିଁ ସମାଜକୁ ସ୍ୱଚ୍ଛତାର ବାର୍ତ୍ତା ଦେଇଛି । ଖରା ବର୍ଷାକୁ ଖାତିର ନକରି କେନ୍ଦ୍ରାପଡାରୁ ଯାଜପୁରକୁ ସଂଯୋଗ କରୁଥିବା ଖରସ୍ରୋତା ନଦୀ ପୋଲର ଉଭୟ ପାଶ୍ୱକୁ ସଫା କରିବାରେ ଲାଗିପଡିଥିଲା ସେଇ ପାଗଳ ବ୍ୟକ୍ତି ଜଣଙ୍କ ।

ବର୍ଷାଦିନେ ଯେଉଁ ସଫେଇ କାର୍ଯ୍ୟ ପ୍ରଶାସନ କରିବା କଥା ସେହି କାର୍ଯ୍ୟକୁ ନିଜର ଭାବି ଖରସ୍ରୋତାର ୧୧ କିଲୋମିଟର ଲମ୍ବ ବିଶିଷ୍ଟ ପୋଲର ଉଭୟ ପାଶ୍ୱକୁ ସଫା କରିଛି ଜଣେ ପାଗଳ । ନା ଏଥିପାଇଁ ତାକୁ କିଛି ପାରିଶ୍ରମକ ମିଳିଚି ନା ତାକୁ କିଏ ଅଟକାଇଛନ୍ତି ଏକ ପାଗଳ ଭାବି ସମସ୍ତେ ତାର ଏହି ମହାନ କାର୍ଯ୍ୟକୁ ଅଣଦେଖା କର ଚାଲିଯାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *