Pratidin TV

Odisha's Digital News Platform

ବୋରୱେଲରେ ନବଜାତ ବିଜୟିନୀକୁ ଫିଙ୍ଗିଯାଇଥିବା ମା’ର ପରିଚୟ ମିଳିଲା , ଜନ୍ମର ୫ ଘଣ୍ଟା ପରେ …

1 min read

ଭୁବନେଶ୍ୱର ; ଗତ ଡିସେମ୍ବର ୧୨ ତାରିଖରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲରିପାଲି ଜଙ୍ଗଲରୁ ଏକ ପରିତ୍ୟକ୍ତ ବୋରୱେଲରୁ ଗୁରୁତର ଅବସ୍ଥାରେ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଥିଲା । ତେବେ ଶିଶୁକନ୍ୟାକୁ ତୁରନ୍ତ ବୁର୍ଲା ହସ୍ପିଟାଲକୁ ପଠାଯାଇ ଚିକିତ୍ସା କରାଯାଇଥିଲା । ସୋମବାର ଶିଶୁକନ୍ୟାର ଏକୋଇଶିଆ ବୁର୍ଲା ହସ୍ପିଟାଲରେ କରାଯାଇ ତାର ନାମକରଣ ମଧ୍ୟ କରାଯାଇଥିଲା । ଶିଶୁକନ୍ୟା ମୃତ୍ୟୁ ସହ ଲଢି ବିଜୟ ପାଇଥିବାରୁ ତା ନା ବିଜୟିନୀ ରଖିଛନ୍ତି ହସ୍ପିଟାଲ କତ୍ତୃପକ୍ଷ ।

ଗୋଟେପଟେ ନୂଆ ବର୍ଷର ଆରମ୍ଭରେ ଶିଶୁକନ୍ୟାର ନାମକରଣ କରାଯାଇଥିବା ବେଳେ ଠିକ୍ ୨ୟ ଦିନରେ ତାକୁ ଫିଙ୍ଗିଯାଇଥିବା ମାର ପରିଚୟ ମିଳିଛି । ଏନେଇ ସମ୍ବଲପୁର ଏସ୍ପି ଏହି ସୂଚନା ଦେଇଛନ୍ତି।

Advertisement

ଏସ୍ପିଙ୍କ ସୂଚନା ଅନୁଯାୟୀ, ଘଟଣାର ତଦନ୍ତ ବେଳେ ଉକ୍ତ ମହିଳାଙ୍କୁ ଠାବ କରାଯାଇଥିଲା। ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର। ତାଙ୍କର ମାନସିକ ଅବସ୍ଥା ଭଲ ନାହିଁ। ମାନସିକ ଅବସ୍ଥା ଭଲ ନଥିବାରୁ ପୁଲିସ୍ ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି। ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ସେ ପୂରା ସୁସ୍ଥ ହେଲା ପରେ ପୁଲିସ୍ ତାଙ୍କୁ ପଚରାଉଚରା କରିବ।ତେବେ ଶିଶୁକନ୍ୟାକୁ ସେ ବୋରୱେଲ୍ରେ ଫିଙ୍ଗି ଥିବା ପୁଲିସ୍ ଆଗରେ ସ୍ୱୀକାର କରିଥିବା ଏସ୍ପି କହିଛନ୍ତି। ଶିଶୁକନ୍ୟାଟି ଜନ୍ମ ହେବାର ପ୍ରାୟ ୫/୬ ଘଣ୍ଟା ପରେ ସେ ତାକୁ ବୋରୱେଲ୍ରେ ଫିଙ୍ଗି ଦେଇଥିଲେ। ସେ ଏହାଠୁ ଅଧିକ କିଛି କହି ପାରିନାହାନ୍ତି।

Leave a Reply

Your email address will not be published. Required fields are marked *