Pratidin TV

Odisha's Digital News Platform

ଦିନ ଦ୍ୱି-ପହରରେ ଫିଲ୍ମ ଷ୍ଟାଇଲେ କଲେ ବ୍ୟାଙ୍କ ଲୁଟ

1 min read

ଭୁବନେଶ୍ୱର :ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ । ଆଜି ଅପରାହ୍ନ ୨ ଟା ବେଳେ ବାଲେଶ୍ୱରର ବସ୍ତା ବ୍ଳକର ରୁଣଗଡିଆସ୍ଥିତ ବ୍ୟାଙ୍କ ଅଫ୍ ବରୋଦାରୁ ଲୁଟ ହୋଇଛି ୮ ଲକ୍ଷ ଟଙ୍କା । ସୂଚନା ମୁତାବକ ଅପରାହ୍ନ ସମୟରେ ପ୍ରାୟ ୧୩ ଜଣ ଦୁର୍ବୁତ୍ତ ଗୋଟିଏ ବୋଲର ଆଉ ଏକ ବାଇକ ନେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହାପରେ ସେମାନଙ୍କ ମଧ୍ୟରୁ ୮ ଜଣ ବ୍ୟାଙ୍କ ଭିତରକୁ ଯିବା ବେଳେ ଆଉ ୫ ଜଣ ବାହାରେ ଜଗି ରହିଥିଲେ ।

କେହି କିଛି ବୁଝିବା ପୁର୍ବରୁ ୮ ଜଣ ଦୁର୍ବୁତ୍ତ ନିଜର ଧାରୁଆ ମାରଣାଅସ୍ତ୍ର ଓ ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରାଇଥିଲେ ।ଏହାପରେ ମ୍ୟାନେଜର ଓ କ୍ୟାସିଅରଙ୍କୁ ବାନ୍ଧି ,ଗ୍ରାହକଙ୍କ ବେକରେ ଭୂର୍ଜାଲି ଲଗାଇ ମାତ୍ର ୩ ମିନିଟ ମଧ୍ୟରେ କ୍ୟାସ୍ କାଉଣ୍ଟରର ସମସ୍ତ ଟଙ୍କା ସହ କିଛି ଗ୍ରାହକଙ୍କ ଟଙ୍କାଙ୍କୁ ନେଇ ଚମ୍ପଟ ମାରିଥିଲେ । ଯିବା ସମୟରେ ବ୍ୟାଙ୍କଙ୍କୁ ବାହରପଟୁ ତାଲା ପକାଇ ଦେଇଯାଇଥିଲେ ।

Advertisement


ସୂଚନା ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବ୍ୟାଙ୍କର ବାହାରପଟୁ ପଡିଥିବା ତାଲାକୁ କାଟି ତଦନ୍ତ ଆରମ୍ଭ କରିଦେଇଛି ।ଏହାସହ ବ୍ୟାଙ୍କୁ ଯାଉଥିବା ସମସ୍ତ ରାସ୍ତାକୁ ସିଲ୍ କରିବା ସହ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି ।

Leave a Reply

Your email address will not be published. Required fields are marked *