Pratidin TV

Odisha's Digital News Platform

ମାନସିକ ବିକୃତ ନୁହେଁ,ଏଇ କାରଣ ପାଇଁ ବୋରୱେଲରେ ଝିଅକୁ ଫିଙ୍ଗିଥିଲା ମା’…

1 min read

ନାଁ ସେ ମାନସିକ ବିକୃତ, ନାଁ ସେ ଶାରିରୀକ ଅକ୍ଷମ । ତଥାପି ନିଜ ଛୁଆକୁ ମୃତ୍ୟୁର କୋଳକୁ ଠେଲି ଦେଇ ମା’ ନାମକୁ କଳଙ୍କିତ କରିଦେଇଛି ସେଇ ନିର୍ଦ୍ଦୟୀ ମା’ଟି । ମା’ ହେବାର ସୈାଭାଗ୍ୟ ସବୁ ମହିଳାଙ୍କ ଭାଗ୍ୟରେ ନଥାଏ । ଆଉ ଯେଉଁମାନେ ମା’ ହୋଇଥାନ୍ତି ମାତୃତ୍ୱର ଲାଭକୁ ସେ ହିଁ ଠିକ ଭାବରେ ବୁଝିଥାନ୍ତି । କିନ୍ତୁ ଏଇ ମହିଳା ଜଣଙ୍କ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇ ମା’ ହେବାର ସୌଭାଗ୍ୟ ପାଇଥିଲେ ମଧ୍ୟ ହେଲେ ତାର ମୂଲ୍ୟ ସେ ବୁଝିଲେନି । କଅଁଳ ଛୁଆଟିକୁ ଜନ୍ମ ଦେଇ ଫିଙ୍ଗି ଦେଲେ ମରଣ ମୁହଁକୁ ।

ଗତ ୧୨ଡିସେମ୍ବର ୨୦୨୩ର ଘଟଣା ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏକ ପରିତ୍ୟକ୍ତ ବୋରୱେଲ ଭିତରୁ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କରାଯାଇଥିଲା ଶିଶୁକନ୍ୟାଟିକୁ । ତାକୁ ଏମିତି ପିରିସ୍ଥିତିରେ କିଏ ଓ କାହିଁକି ଫିଙ୍ଗିଲା ବୋଲି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିବାବେଳେ ଏବେ ମିଳିସାରିଛି ଶିଶୁକନ୍ୟାର ମାର ପରିଚୟ । ପୋଲିସ ଦ୍ୱାରା ଠାବ ମହିଳାଙ୍କୁ କଟକ ଏସସିବି ରେ ମାନସିକ ସ୍ଥିତି ଯାଞ୍ଚ କରାଯାଇଥିଲା । କିନ୍ତୁ ମାନସିକ ସ୍ଥିତି ଠିକ ଥିବା କହିଛନ୍ତି ମାନସିକ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଅଜୟ ମିଶ୍ର । କିନ୍ତୁ ଏପଟେ ଏଇ ମା ଜଣଙ୍କ କହିଛନ୍ତି କି ତାଙ୍କ ମାନସିକ ସ୍ଥିତି ଠିକ ନଥିଲା ସେଥିପାଇଁ ସେ ବୋରୱେଲ ଭିତରେ ଫିଙ୍ଗିଥିଲେ । ହେଲେ ଘଟଣାର ସତ୍ୟ ହେଉଛି ଆଉ କିଛି ।

Advertisement

ଶୁଣିବାକୁ ମିଳିଛି ଯେ ମହିଳା ଜଣଙ୍କ ପୁର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ଆଗରୁ ଏକ ଝିଅ ମଧ୍ୟ ଅଛି । କିନ୍ତୁ ସ୍ୱାମୀଙ୍କ ମୃତ୍ୟୁ ପରେ ଝିଅଟି ତାର ମାମୁଁ ଘରେ ରହୁଛି । ତେବେ ପ୍ରଥମରୁ ଝିଅଟିଏ ହୋଇଥିବାରୁ ତାଙ୍କୁ ବିଭିନ୍ନ କଥା ଶୁଣିବାକୁ ମିଳିଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ବର୍ତ୍ତମାନ ମହିଳା ଜଣଙ୍କ ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ସ୍ଥାପନ କରିଥିଲେ । ଯାହାଫଳରେ ସେ ଗର୍ଭବତୀ ହୋଇଥିଲେ । ପରେ ତାଙ୍କର ପୁଣି ଝିଅଟିଏ ହୋଇଥିଲା । ପୁଣି ଥରେ ଝିଅ ଜ୍ମନ ହେବାକୁ ନେଇ ଚିନ୍ତାରେ ପଡିଯାଇଥିଲେ ମହିଳା ଜଣକ । ସେଥିପାଇଁ ନେଇଥିଲେ ଏପରି ଚରମ ନିଷ୍ପତ୍ତି । ଆଉ ଶେଷରେ ବୋରୱେଲ ଭିତରେ ପକାଇ ଦେଇଥିଲେ ନବଜାତ ଶିଶୁ କନ୍ୟାକୁ । କିନ୍ତୁ ଜୀବନ ମରଣ ସହ ସଂଗ୍ରାମ କରି ମୃତ୍ୟୁକୁ ଜୟ କରିଥିଲା ନବଜାତ ଶିଶୁ କନ୍ୟାଟି । ଉଦ୍ଧାର ପରେ ଭୀମସାରରେ ଚାଲିଛି ତାର ଚିକିତ୍ସା । ଡାକ୍ତରଙ୍କ ଠାରୁ ଉପଯୁକ୍ତ ଚିକିତ୍ସା ପାଇବା ସହ ସ୍ନେହ ଆଦର ପାଇ ଧୀରେ ଧୀରେ ସୁସ୍ଥ ହେଉଛି ଶିଶୁକନ୍ୟାଟି । ଗତ ଦୁଇଦିନ ତଳେ ତାର ଏକୋଇଶିଆ ପାଳନ କରାଯାଇଥିଲା ବେଳେ ତାର ନାଁ ମଧ୍ୟ ରଖାଯାଇଛି ବିଜୟିନୀ । ଜୀବନ ଯୁଦ୍ଧରେ ବିଜୟ ହୋଇଥିବା ବିଜୟିନୀ ଆଉ କିଛି ଦିନ ପରେ ବାହରିବ ମେଡିକାଲରୁ । ଏହାପରେ ସେ କୁଆଡେ ଯିବ, କିଏ ତାକୁ ପାଳିବ, ତାହା ଉପରେ ନିଷ୍ପତ୍ତି ନେବ ପ୍ରଶାସନ । କିନ୍ତୁ ବିଜୟିନୀ ବଡ ହେଲେ ନିଶ୍ଚିତ ଭାବେ ତା ମା’କୁ ପ୍ରଶ୍ନ କରିବା କି ତାର କଣ ଭୁଲ୍ ଥିଲା ବୋଲି ।

Leave a Reply

Your email address will not be published. Required fields are marked *