Pratidin TV

Odisha's Digital News Platform

ଭାଲୁ ଆତଙ୍କ, ଶୌଚ ହେବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ ବ୍ୟକ୍ତି..

1 min read

ଠାକୁରମୁଣ୍ଡା : ବାଘ ପରେ ଏବେ ଘର ପାଖରେ ବୁଲୁଛି ଭାଲୁ । ବାଲେଶ୍ୱର ନୀଳଗିରିରେ ଭାଲୁ ଆତାଙ୍କ ଖେଳାଇଛି । ଲୋକଙ୍କୁ ଦେଖିଲେ ଗୋଡେଇ ଗୋଡେଇ କରୁଛି ଆକ୍ରମଣ । ଆଜି ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇ ପଡିଛନ୍ତି । ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅନ୍ତର୍ଗତ ଭାଲିଆଡାଳ ଗ୍ରାମପଞ୍ଚାୟତର ଜଣେ ଯୁବକକୁ ଭାଲୁ କାମୁଡି ଗୁରୁତର ଆହତ କରିଦେଇଛି । ଭୋର ସକାଳୁ ଭାଲିଆଡାଳ ଗ୍ରାମର ଗାର୍ଦି ହୋ(୪୦) ଶୌଚ ହେବା ପାଇଁ ନାଳ ପାଖକୁ ଯାଉଥିଲେ। ଠିକ ଏତିକି ବେଳେ ଜଙ୍ଗଲ ଭିତରୁ ୨ଟି ଭାଲୁ ଦୈାଡି ଆସି ତାଙ୍କ ଉପରକୁ ଆକ୍ରମଣ କରିଥିଲେ।

ତାଙ୍କ କାନ ଗୋଡ ଓ ମୁଣ୍ଡରେ ଶକ୍ତ ଭାବରେ କାମୁଡି ସେଠାରୁ ଚାଲିଯାଇଥିଲେ । ଭାଲୁ ସହିତ ହାତାହାତି କରି ନିଜ ଜୀବନ ବଞ୍ଚାଇ କୌଣସି ପ୍ରକାର ଘରକୁ ପଳାଇ ଆସିଲେ। ବଡ଼ ଭାଇକୁ ରକ୍ତାକ୍ତ ଅବସ୍ଥାରେ ଦେଖି ସାନ ଭାଇ ସଦନ ସିଂ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଗାର୍ଦିର ମୁଣ୍ଡରେ ଶକ୍ତ ଆଘାତ ଲାଗିଛି ।ଏଥିସହ ଡାହାଣ କାନ ମଧ୍ଯ ଛିଡି ଯାଇ ଗୁରୁତର ଆହତ ହୋଇଛି।ଗାର୍ଦିର ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ଚିକିତ୍ସା ଜାରି ରହିଛି ।

Advertisement

Leave a Reply

Your email address will not be published. Required fields are marked *