Pratidin TV

Odisha's Digital News Platform

ବୈଦେଶିକ ମନ୍ତ୍ରଣାଳୟର ନୂଆ ମୁଖପାତ୍ର ହେଲେ ରଣଧୀର ଜୈସୱାଲ…

1 min read

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ନୂଆ ମୁଖପାତ୍ର ହେଲେ ରଣଧୀର ଜୈସୱାଲ । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ମୁଖପାତ୍ର ଭାବରେ କାର୍ଯ୍ୟ କରୁଥିବା ଅରିନ୍ଦମ ବାଗଚିଙ୍କୁ ଆଉ ଏକ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି । ଏନେଇ ଅରିନ୍ଦମ ବାଗଚି ନିଜର ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ସରକାରୀ ମୁଖପାତ୍ର ଭାବରେ ରଣଧୀର ଜୈସୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ବିଭିନ୍ନ ପ୍ରସଙ୍ଗରେ ଭାରତ ପାଇଁ ଜୋରଦାର ଓକିଲାତି କରିଥିବା ଅରିନ୍ଦମ ବାଗଚିଙ୍କୁ ଭାରତ ସରକାର ମିଳିତ ଜାତିସଂଘ ତଥା ଜେନେଭାରେ ଥିବା ଅନ୍ୟ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକରେ ଦେଶର ପରବର୍ତ୍ତୀ ରାଷ୍ଟ୍ରଦୂତ/ସ୍ଥାୟୀ ପ୍ରତିନିଧୀ ଭାବରେ ନିଯୁକ୍ତ କରିଛନ୍ତି । ଅରିନ୍ଦମ ବାଗଚି ୧୯୯୫ ବ୍ୟାଚ୍ ଆଇଏଫଏସ୍ ଅଧିକାରୀ ଯିଏ ବର୍ତ୍ତମାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଅଛନ୍ତି । ବର୍ତ୍ତମାନ ସେ ମିଳିତ ଜାତିସଂଘ ଏବଂ ଜେନେଭାରେ ଥିବା ଅନ୍ୟ ଅନ୍ତର୍ଜାତୀୟ ସଂଗଠନ ଗୁଡ଼ିକରେ ଭାରତର ପରବର୍ତ୍ତୀ ସ୍ଥାୟୀ ପ୍ରତିନିଧୀ ଭାବରେ ନିଯୁକ୍ତ ହୋଇଛନ୍ତି । ଭାରତ ସରକାରଙ୍କ ଅନୁଯାୟୀ ସେ ଖୁବ ଶୀଘ୍ର ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

Advertisement

୧୯୯୮ ବ୍ୟାଚ୍ ଆଇଏଫଏସ୍ ଅଧିକାରୀ ରଣଧୀର ଜୈସୱାଲ, ବର୍ତ୍ତମାନ ପର୍ଯ୍ୟନ୍ତ ନ୍ୟୁୟର୍କରେ ଭାରତର କନସୁଲ୍ ଜେନେରାଲ୍ ଥିଲେ । ଯିଏକି ବର୍ତ୍ତମାନର ମୁଖପାତ୍ର ଅରିନ୍ଦମ ବାଗଚିଙ୍କ ସ୍ଥାନ ହସଲ କରିଛନ୍ତି । ବାଗଚିଙ୍କୁ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ଭାବରେ ନିଯୁକ୍ତ କରାଯାଇଛି । ଯେଉଁ ସମୟରେ ଦେଶ ସବୁ ପ୍ରସଙ୍ଗରେ ବିଶ୍ୱକୁ ଦିଗଦର୍ଶନ ଦେଉଛି । ତେବେ ବିଶ୍ୱାସ ରହିଛି ଯେ ଏଭଳି ସମୟରେ ବାଗଚି ମିଳିତ ଜାତିସଂଘରେ ଭାରତର ପ୍ରତ୍ୟେକ ଦିଗକୁ ଭଲ ଭାବରେ ଉପସ୍ଥାପନ କରିବେ । ବର୍ତ୍ତମାନ ରଣଧୀର ଜୈସୱାଲ ଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପରବର୍ତ୍ତୀ ମୁଖପାତ୍ର ଭାବରେ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ସେ ସବୁ ପ୍ରସଙ୍ଗରେ ଭାରତର ପକ୍ଷରଖି ଉପସ୍ଥାପନ କରିବେ ।

Leave a Reply

Your email address will not be published. Required fields are marked *