Pratidin TV

Odisha's Digital News Platform

ଅଧିକମାତ୍ରାରେ ବ୍ୟବହାର କରୁଛନ୍ତି କି ପରଫୁ୍ୟମ? ତେବେ ସାବଧାନ ହୋଇଯାଆନ୍ତୁ , ଶରୀରକୁ ହୋଇପାରେ କ୍ଷତି ..

1 min read

ଘରୁ ବାହାରକୁ ଯିବା ପୂର୍ବରୁ ସମସ୍ତେ ପରଫୁ୍ୟମ ବ୍ୟବହାର କରିଥାନ୍ତି । ଏହା ଶରୀରର ଦୁର୍ଗନ୍ଧ ଦୂର କରିବା ସହ ଆପଣଙ୍କୁ ଫ୍ରେସ ରଖିଥାଏ । ଯାହା ଫଳରେ ମନ ଖୁସି ରୁହେ । ତେବେ ଆଜି ଆମେ ଆପଣଙ୍କୁ ପରଫୁ୍ୟମ ନେଇ ଏକ ବଡ଼ କଥା କହିବାକୁ ଯାଉଛୁ । ଆପଣ ଜାଣିଛନ୍ତି କି ପରଫୁ୍ୟମ ବା ଡିଓ ବ୍ୟବହାର କରିବା ଆପଣଙ୍କ ପାଇଁ କେତେ କ୍ଷତିକାରକ ହୋଇପାରେ । ତେଣୁ ଆସନ୍ତୁ ଜାଣିବା ଏହାକୁ ଅଧିକ ବ୍ୟବହାର କଲେ ଏହା ଆମ ଶରୀରରେ କଣ କ୍ଷତି ହୋଇଥାଏ । କୁହାଯାଉଛି ଯେ ପରଫୁ୍ୟମରେ ହାନିକାରକ କେମିକାଲ ଥାଏ । ଯାହା ଆପଣଙ୍କ ତ୍ୱଚାରେ ପଡିଲେ ଜଳାପୋଡା ହୋଇଥାଏ । ଏହା ଶରୀରରେ କୁଣ୍ଡିଆ ଭଳି ରୋଗ ସୃଷ୍ଟି କରିଥାଏ । ପରଫୁ୍ୟମ କିଛି ଲୋକଙ୍କ ପାଇଁ ଆଲର୍ଜି ମଧ୍ୟ ହୋଇପାରେ ।ସେଥିପାଇଁ କୁହନ୍ତି ବ୍ୟବହାର କରିପ ପୂର୍ବରୁ ସବୁ ପ୍ରକାର ଯାଞ୍ଚ କରିବା ଉଚିତ ।

ସେଥିପରି ଅତ୍ୟଧିକ ବ୍ୟବହାର ମଧ୍ୟ ଭଲ ନୁହେଁ । ଆମ ଶରୀରରେ ଏକ ପ୍ରାକୃତିକ ଚମକ ରହିଥାଏ । ଆଉ ଯଦି ଆପଣ ପରଫ୍ୟୁମ ବ୍ୟବହାର କରୁଥାନ୍ତି ତାହାଲେ ଏହା ଆପଣଙ୍କ ତ୍ୱଚାର ଚମକକୁ ମଧ୍ୟ ନଷ୍ଟ କରିପାରେ । ଆପଣ ଜାଣିଛନ୍ତି କି ଏଥିରେ ଆଲକହଲ ମଧ୍ୟ ଥାଏ । ସେହି ଆଲକହଲ ତ୍ୱଚାରେ ଅନେକ ପ୍ରକାର ରୋଗ ଆଣିପାରେ । ଅନେକ ସମୟରେ ଲୋକମାନଙ୍କ ଚର୍ମରେ ଘା କିମ୍ବା ଦାଗ ଦେଖାଯାଏ । ଏହା ମଧ୍ୟ ଆପଣ ବ୍ୟବହାର କରୁଥିବା ପରଫୁ୍ୟମ ପାଇଁ ହୋଇପାରେ । ଏହା ଆପଣଙ୍କ ଶରୀରର ହରମୋନକୁ ମଧ୍ୟ ପ୍ରଭାବିତ କରିପାରେ ।

Advertisement

ଅଧିକ ବାସ୍ନା ନାକ ଉପରେ ମଧ୍ୟ ପ୍ରଭାବ ପକାଇ ପାରେ । ଅଧିକ ବ୍ୟବହାର କିମ୍ବା ଅଧିକମାତ୍ରାରେ କଡା ଥିଲେ କିଛି ଲୋକ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ ।ତେଣୁ ପରଫୁ୍ୟମ ବ୍ୟବହାର କରୁଥିଲେ ଏହାକୁ ଆବଶ୍ୟକତାଠାରୁ ଅଧିକ ବ୍ୟବହାର କରନ୍ତୁ ନାହିଁ । କାରଣ ଏହା ଆପଣଙ୍କ ତ୍ୱଚା ସମ୍ବନ୍ଧୀୟ ଅନେକ ରୋଗର ଆଶଙ୍କାକୁ ବଢାଇ ଦେଇଥାଏ ।

Leave a Reply

Your email address will not be published. Required fields are marked *