Pratidin TV

Odisha's Digital News Platform

ସମୁଦ୍ର ମୁହାଁ ଆପାର୍ଟମେଣ୍ଟରେ ରହିବାକୁ କାହିଁକି ପସନ୍ଦ କରୁଛନ୍ତି ଆଜିକାଲିର ସୁପରଷ୍ଟାର ? ଜାଣନ୍ତୁ ଏହାର କାରଣ..

1 min read

ବଲିଉଡ ଷ୍ଟାରମାନଙ୍କ ଜୀବନଶୈଳୀ ଅନ୍ୟ ସାଧାରଣ ଲୋକଙ୍କ ଠାରୁ ବହୁତ ଭିନ୍ନ ହୋଇଥାଏ । ତାଙ୍କ ଖାଇବା ଠାରୁ ଆରମ୍ଭ କରି ପିନ୍ଧିବା ହେଉ କି ରହିବ ସବୁଥିରେ ସେମାନେ ବ୍ରାଣ୍ଡ ଥିବା ପସନ୍ଦ କରନ୍ତି ।ଫିଲ୍ମ କରି ଯେଉଁ କୋଟି କୋଟି ଟଙ୍କା ରୋଜଗାର କରନ୍ତି ସେଥିରେ ସେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିଥାନ୍ତି । ଆଉ ସେମାନଙ୍କୁ ଦେଖି ଲୋକ ତାଙ୍କୁ ଫଲୋ କରିଥାନ୍ତି । 80 ହେଉକି 90 ଦଶକ ସେତେବେଳେ ସମୟରେ ମୁମ୍ବାଇରେ ରହୁଥିବା ସୁପରଷ୍ଟାରମାନେ ବଡ ବଙ୍ଗଳାରେ ରହିବାକୁ ପସନ୍ଦ କରୁଥିଲେ ।

କିନ୍ତୁ ପରିବର୍ତ୍ତିତ ସମୟରେ ଅବା ଏବେକାର ସମୟରେ ସୁପରଷ୍ଟାରଙ୍କ ପସନ୍ଦ ବଦଳି ଯାଇଛି । ବର୍ତ୍ତମାନ ଏକ ନୂଆ ଧାରା ଦେଖାଯାଉଛି । ଏହି ତାରାମାନେ ବର୍ତ୍ତମାନ ଉଚ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକାରେ ଫ୍ଲାଟକିଣି ରହିବାକୁ ପସନ୍ଦ କରୁଛନ୍ତି । ଏହିପରି ତାରକାମାନଙ୍କର ଏକ ଲମ୍ବା ତାଲିକା ଆମ ପାଖରେ ଅଛି ।

Advertisement

ଯେଉଁଥିରେ ପ୍ରଥମ ନାଁ ଦୀପିକା-ରଣଭୀର, କିଆରା-ସିଦ୍ଧାର୍ଥ, ବିରାଟ କୋହଲି-ଅନୁଷ୍କା, କପିଲ ଶର୍ମା, କାର୍ତ୍ତିକ ଆରିଅନ ମଧ୍ୟ ରହିଛନ୍ତି । ହେଲେ ଆପଣ ଯାଚନ୍ତି କି ଏହା ପଚାର କାରଣ କଣ ? କହିବାକୁ ଗଲେ ଶାହାରୁଖ ଖାନ , ଅମିତାଭ ବଚ୍ଚନ , ସୁନୀଲ ସେଠୀ ଏଭଳି ଆଣେ କଳାକାର ଅଛନ୍ତି ଯିଏ ନିଜର ବଙ୍ଗଲୋ ବନାଇ କିମ୍ଭା କିଣିକି ଆରାମରେ ପରିବାର ସହ ରହି ଆସୁଛନ୍ତି । ଆଉ ବର୍ତ୍ତମାନର ସୁପରଷ୍ଟାରଙ୍କ ଚିନ୍ତା ସମ୍ପୂର୍ଣ ଅଲଗା ଅଟେ । ଆସନ୍ତୁ ଜାଣିବା ଏହାର କାରଣ କ’ଣ? ମୁମ୍ବାଇରେ ରିଅଲ୍ ଇଷ୍ଟେଟ୍ ମୂଲ୍ୟ ଦେଶରେ ସର୍ବାଧିକ ଅଟେ ।

ଏହି ସହରରେ ବସବାସ କରିବା ବହୁତ କଷ୍ଟକର। କାରଣ ଏହା ହେଉଛି ଦେଶର ସବୁଠାରୁ ଦାମୀ ସହର ଅଟେ। ଏଭଳି ପରିସ୍ଥିତିରେ ଏଠାରେ ଜମି କିଣିବା ସମସ୍ତଙ୍କ ପାଖରେ ସମ୍ଭବ ହୋଇପାରି ନଥାଏ। ଏହା ବ୍ୟତୀତ ତାରାମାନଙ୍କ ଫ୍ଲାଟରେ ରହିବାର ଆଉ ଏକ କାରଣ ଅଛି । ଅର୍ଥାତ୍ ସମସ୍ତେଘର ପାଖରୁ ସମୁଦ୍ର ଦୃଶ୍ୟ ଚାହାଁନ୍ତି । ଏହି କାରଣରୁ, ଆଜିକାଲି ତାରକାମାନେ ବଙ୍ଗଳା ବଦଳରେ ବିଳାସପୂର୍ଣ୍ଣ ସମୁଦ୍ର ମୁହାଁ ଆପାର୍ଟମେଣ୍ଟ କିଣିବାକୁ ପସନ୍ଦ କରନ୍ତି । କେବଳ ଏତିକି ନୁହେଁ, ସୁପରଷ୍ଟାରମାନେ ମଧ୍ୟ ସୂର୍ଯ୍ୟକିରଣ ପାଇବା ପାଇଁ ଫ୍ଲାଟରେ ରହିବାକୁ ପସନ୍ଦ କରୁଛନ୍ତି ।

Leave a Reply

Your email address will not be published. Required fields are marked *