Pratidin TV

Odisha's Digital News Platform

କଂଗ୍ରେସରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ,ଦଳକୁ ସ୍ୱାଗତ କଲେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧି

1 min read

ହାତ ଧରିଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟିର ପ୍ରତିଷ୍ଠାତା ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଓ୍ୱାଇ ଏସ୍‌ ଶର୍ମିଲା ଆଜି କଂଗ୍ରେସରେ ମିଶିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି।

ତେବେ ଗତ କିଛି ଦିନ ହେବ ଶର୍ମିଲା କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ବୁଧବାର ରାତିରେ ଦିଲ୍ଲୀ ପହଞ୍ଚିଥିଲେ ଶର୍ମିଲା। ଆଉ ଆଜି ସକାଳେ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚି ସେ କଂଗ୍ରେସ ରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ମଙ୍ଗଳବାର ହାଇଦ୍ରାବାଦରେ ଶର୍ମିଲା ନିଜ ଦଳର ବୈଠକର ଅଧ୍ୟକ୍ଷତା କରିଥିଲେ।

Advertisement

ଏହି ବୈଠକରେ ଜାନୁଆରୀ ୪ ତାରିଖରେ ଦିଲ୍ଲୀ ଯାଇ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କୁ ଭେଟିବା ସହ ଏକ ମହତ୍ୱପୂର୍ଣ୍ଣ ଘୋଷଣା କରିବେ ବୋଲି ସେ କହିଥିଲେ। ଏଥିସହ ୱାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟି ଆଜିଠୁ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟିର ଅଂଶ ହୋଇଛି ।

ସୂଚନା ମୁତାବକ , ପ୍ରଥମେ ଶର୍ମିଲା ୱାଇଏସ୍‌ଆର୍‌ କଂଗ୍ରେସରେ ଥିଲେ। କିନ୍ତୁ ଭାଇ ଜଗନ ମୋହନ ରେଡ୍ଡୀଙ୍କ ସହିତ ତାଙ୍କର ମତାନ୍ତର ହୋଇଥିଲା। ସେ ୨୦୨୧ରେ ସେ ୱାଇଏସ୍‌ଆର୍‌ କଂଗ୍ରେସ ଛାଡ଼ି ୱାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟି ଗଠନ କରିଥିଲେ। ସେପଟେ ଆନ୍ଧ୍ର ପ୍ରଦେଶରେ କଂଗ୍ରେସ ନିଜ ସ୍ଥିତିକୁ ସଜାଡ଼ିବାକୁ ଚାହୁଁଛି। ଶର୍ମିଲା କଂଗ୍ରେସରେ ମିଶିବା ପରେ ଦଳ ତାଙ୍କୁ ଆନ୍ଧ୍ର ପ୍ରଦେଶରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ଚିନ୍ତା କରୁଛି।

Leave a Reply

Your email address will not be published. Required fields are marked *