ପ୍ରେମରେ ପ୍ରତାରଣା ଶିକାର ହୋଇ ଝୁଲି ପଡିଲେ ଯୁବତୀ…
1 min readକେନ୍ଦ୍ରାପଡ଼ା ; ଯୁବ ସମାଜରେ ପ୍ରେମକୁ ନେଇ ଦିନକୁ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସୁଥିବା ବେଳେ , କେନ୍ଦ୍ରାପଡା ଜିଲ୍ଲାରୁ ଆସିଥିବା ଏକ ଖବର ଆପଣଙ୍କୁ ଚମକାଇ ଦେବ । ପ୍ରେମରେ ପ୍ରତାରଣାର ଶିକାର ହେବା ପରେ ଜିଭନ ହାରିଦେଇଛନ୍ତି ଯୁବତୀ । କେନ୍ଦ୍ରାପଡ଼ା ଜିଲା ଡେରାବିଶ ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଗୌଡ଼ବିଶ ଗାଁ ରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବ୍ରେକ୍ ଅଫ୍ ନେଇଛି ପ୍ରେମିକା ର ଜୀବନ ।
ଜଣେ ବାଇଶି ବର୍ଷୀୟା ଯୁବତୀ ପ୍ରିୟଦର୍ଶିନୀ ବେହେରା(ପ୍ରୀତି) ଚାନ୍ଦୋଳ ଖରିଦା ସାହି ଗ୍ରାମର ରୁଦ୍ର ଦାସ ଙ୍କୁ ଛ ମାସ ହେବ ଭଲ ପାଉଥିଲେ । କିଛି ଦିନ ହେବ ଦୁଇ ଜଣଙ୍କ ସମ୍ପର୍କ ରେ ଫାଟ ସୃଷ୍ଟି ହେଇଥିଲା । ଫଳରେ ରୁଦ୍ର ପ୍ରିୟଦର୍ଶିନୀ ଙ୍କ ଫୋନ ନମ୍ବର ବ୍ଲକ ଲିଷ୍ଟ ରେ ପକାଇ ଦେଇଥିଲେ । ପ୍ରିୟଦର୍ଶିନୀ ଙ୍କୁ ଏ ଘଟଣା ଓ ରୁଦ୍ର ଙ୍କ ଏଭଳି କାର୍ଯ୍ୟ ଅତ୍ୟନ୍ତ କଷ୍ଟ ଦେଇଥିଲା। ତେଣୁ ନୂଆବର୍ଷ ଦିନ ପ୍ରିୟଦର୍ଶିନୀ ବେକରେ ରଶି ଲଗାଇ ନିଜ ଶୋଇବା ଘରେ ଝୁଲିପଡିଥିଲେ ।
ପ୍ରେମିକ ରୁଦ୍ର
ତେବେ ପ୍ରିୟଦର୍ଶିନୀ ହଠାତ୍ କାହିଁକି ଏପରି ନିଷ୍ପତ୍ତି ନେଲେ ଆଉ କଣ ପାଇଁ ଜୀବନ ହାରିଲେ ପରିବାର ଏ ବିଷୟରେ କିଛି ଖୋଜ ଖବର ପାଇ ପାରିନଥିଲା କିନ୍ତୁ ଗତକାଲି ପ୍ରିୟଦର୍ଶିନୀ ଙ୍କ ଫୋନ ମେସେଜ ରୁ ସବୁ ଘଟଣା ଜାଣିବା ପରେ କେନ୍ଦ୍ରାପଡ଼ା ସଦର ଥାନା ରେ ପୁରୁଷ ବନ୍ଧୁ ରୁଦ୍ର ଦାସ ନାମରେ ଝିଅ ଘର ଲୋକେ ଅଭିଯୋଗ କରିଥିବା ଜଣାପଡିଛି । ଘଟଣା କୁ ଗୁରୁତର ସହ ନେଇ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ଓ ଚାନ୍ଦୋଳ ପୋଲିସ ତଦନ୍ତ ଆରମ୍ଭ କରିଦେଇଛନ୍ତି ।