Pratidin TV

Odisha's Digital News Platform

ଭିଡିଓ ଭାଇରାଲ ହେବା ପରେ : ବାବୁସାନଙ୍କ ପ୍ରତିକ୍ରିୟା ପ୍ରକୃତି ‘ମୋ ଭଲ ସାଙ୍ଗ’

1 min read

ଭୁବନେଶ୍ୱର : ଆଜି ଓଲିଉଡ୍ ଅଭୀନେତ୍ରୀ ପ୍ରକୃତି ମିଶ୍ର ଓ ଅଭିନେତା ବାବୁସାନ ମହାନ୍ତିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ ଉଭୟ ନିଜର ଫିଲ୍ମ ପ୍ରମୋସନ ପାଇଁ ଚେନ୍ନାଇ ଯିବା ବାଟରେ ବାବୁସାନଙ୍କ ପତ୍ନୀ ହଠାତ୍ ରାସ୍ତା ଉପରେ ଅଟକାଇଥିଲେ । ଏହାପରେ ସ୍ତ୍ରୀ ତୃପ୍ତି ବାବୁସାନ୍‌ଙ୍କୁ ପ୍ରକୃତି ଓ ତାଙ୍କ ସର୍ମ୍ପକକୁ ନେଇ ଗାଳିଗୁଲଝ କରିବା ସହ ପ୍ରକୃତି ମିଶ୍ରଙ୍କୁ ମିସ୍‌ବିହେବ କରିଥିଲେ ।


ଅନ୍ୟପଟେ ଓଟିଭି ରେ ନିଜର ପ୍ରତିକ୍ରିୟା ରଖି ପ୍ରକୃତି ମିଶ୍ର ଏନେଇ ଥାନାରେ ଅଭିଯୋଗ ଆଣିବ କଥା କହିଥିଲେ ଓ ସେ କିଛି ଭୁଲ କରିନାହାନ୍ତି ବୋଲି ମଧ୍ୟ କହୁଛନ୍ତି । ଗୋଟେ ପୁଅ ଓ ଗୋଟେ ଝିଅ କଣ ସାଙ୍ଗ ହେବା ଭୁଲ ।ଚେନ୍ନାଇରୁ ଫେରିବା ପରେ ସେ ମାନହାନି କେସ୍ କରିବେ ବୋଲି କହିଛନ୍ତି । ଏହାପରେ ବାବୁସାନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ପ୍ରକୃତି ମୋ ଭଲ ସାଙ୍ଗ । ଆମ ଫିଲ୍ମ ପ୍ରମୋସନ ପାଇଁ ଆମେ ଆଜି ଚେନ୍ନାଇ ଯାଉଥିଲୁ ।ରାସ୍ତାରେ ମୋ ପତ୍ନୀ ହଠାତ୍ ଆସି ଆଟାକ୍ କଲେ ।ଶଶୁର ବି ଆସି ହାରାସ୍ କଲେ ।ଏହା ଆଦୈ ଠିକ୍ କଥା ନୁହଁ ।ମୋ ସ୍ତ୍ରୀ ଇଣ୍ଡଷ୍ଟ୍ରିର ନୁହନ୍ତି ସେ ଆମ କାମ ବିଷୟରେ କିଛି ବୁଝି ପାରିବେନା । ଇଣ୍ଡଷ୍ଟ୍ରିରେ ବୋହୁତ ହିରୋଇନ୍‌ଙ୍କ ସହ କାମ କରିବାକୁ ପଡେ । ମୁ ମଧ୍ୟ ଆଗରୁ ଅନେକଙ୍କ ସହ କାମ କରିଛି । ମୋ ସ୍ତ୍ରିଙ୍କୁ ବୁଝିବା ଦରକାର ମୋ କାମ କ’ଣ ? ମୋ ପେଶା କଣ? ଏଘଟଣାକୁ ନେଇ ପତ୍ନୀଙ୍କ ଉପରେ ମୋର କୌଣସି ଅଭିଯୋଗ ନାହିଁ ।ଏପରିକି ମୁ ତାଙ୍କ ଉପରେ ରାଗୁ ନାହିଂ କି ତାଙ୍କୁ କିଛି କହୁନାହିଁ ।କାରଣ ମୁ ବୁଝି ପାରୁଛି ,ଯେ ମୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛି ।କିନ୍ତ ସେ ବୁଝି ପାରୁନାହାନ୍ତି ।ଲୋକ ତ ବହୁତ କଥା କହିବେ ,କିନ୍ତୁ ମୁ ଠିକ୍ ଅଛି ବୋଲି ପ୍ରକାଶ କରିଛନ୍ତି ବାବୁସାନ୍ ।

Advertisement


ଏସବୁ ପ୍ରତିକ୍ରିୟା ପରେ ମଧ୍ୟ ତୃପ୍ତି ଏଯାଏ କିଛି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି ଗଣମାଧ୍ୟମ ଆଗରେ । ତେବେ ଏସବୁ ଭିତରେ କ’ଣ ସତ ଓ କ’ଣ ମିଛ ତାହା ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଗଣମାଧ୍ୟମକୁ ଆସିବ ପରେ ହିଁ ଜଣାପଡିବ ।

Leave a Reply

Your email address will not be published. Required fields are marked *