Pratidin TV

Odisha's Digital News Platform

ହାଇଟେକ୍ ବିସ୍ପୋରଣ ଘଟଣା ; ଜୀବିତ ଅଛନ୍ତି ଦିଲ୍ଲୀ , ତେବେ ପରିବାର କରିଥିବା ଶବ ସତ୍କାର କାହାର ?

ଭୁବନେଶ୍ୱର ; ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲ ଘଟଣାରେ ସାମ୍ନାକୁ ଆସିଛି ବଡ ଟ୍ୱିଷ୍ଟ । ୨୮ ତାରିଖ ସଂନ୍ଧ୍ୟାରେ ହସ୍ପଟିଲାରେ ହୋଇଥିବା ବିସ୍ପୋରଣ ମାମଲାରେ ମୃତକଙ୍କ ପରିଚୟକୁ ନେଇ ଦେଖାଦେଇଛି ଦ୍ୱନ୍ଦ । ଗତ ୩୦ ତାରିଖରେ ମୃତ ଘୋଷିତ ହୋଇଥିବା ଦିଲ୍ଲୀପ ସାମନ୍ତରାୟ ଜୀବିତ କି ମୃତ ତାକୁ ନେଇ ନ୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଗତ ୩୦ ତାରିଖରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା । ଦିଲ୍ଲୀପଙ୍କ ପରିବାର ଲୋକ ମୃତଦେହ ନେଇ ଅନ୍ତିମ ସଂସ୍କାର ମଧ୍ୟ କରିଥିଲେ । ଆଉ ଏସବୁ ଭିତରେ ଦିଲ୍ଲୀପଙ୍କ ସ୍ତ୍ରୀ ସୋନା ସାମନ୍ତରାୟ ଏହିସବୁ ସଦ୍‌ମା ସହିନପାରି ଆତ୍ମହତ୍ୟା କରିଥିଲେ ।

କିନ୍ତୁ ବର୍ତ୍ତମାନ ଭେଂଟିଲେଟରେ ଚିକିତ୍ସିତ ହେଉଥିବା ୨ ଜଣ ସୀମାଞ୍ଚଳ ବିଶ୍ୱାଳ ଓ ଜ୍ୟୋତିରଞ୍ଜନ ମଲ୍ଲିକଙ୍କୁ ଗତକାଲି ଭେଣ୍ଟିଲେଟରରୁ ବାହାର କରାଯାଇଥିଲା । ହେଲେ ଜ୍ୟୋତିରଞ୍ଜନ ନାଁରେ ଯିଏ ଚିକିତ୍ସିତ ହେଉଥିଲେ ସେ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହିଛନ୍ତି । ମନସ୍ତତ୍ତ୍ୱବିତ୍ ତାଙ୍କୁ ଦିଲୀପଙ୍କ ସମସ୍ତ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ ଏବଂ ସେ ସବୁ ଠିକ୍ ଠିକ୍ ଉତ୍ତର ଦେଇଥିଲେ । ଏନେଇ ହାଇଟେକ୍ ମେଡିକାଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପରିବାର ଲୋକଙ୍କ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ହୋଇଛି ।

ଭେଣ୍ଟିଲେଟରରୁ ବାହାରଥିବା ବ୍ୟକ୍ତି ପ୍ରକୃତରେ ଦିଲୀପ ନା ଜ୍ୟୋତିରଞ୍ଜନ ତାହା ଏବେବି ସ୍ପଷ୍ଟ ହୋଇନି ବୋଲି କହିଛନ୍ତି ହାଇଟେକ୍ ସିଇଓ । କାରଣ ନିଜକୁ ଦିଲୀପ ବୋଲି କହୁଥିବା ବ୍ୟକ୍ତିଙ୍କୁ ଜ୍ୟୋତିରଞ୍ଜନଙ୍କ ବାପା ଏବେ ମଧ୍ୟ ନିଜ ପୁଅ ବୋଲି ଦାବି କରୁଥିବା ସୂଚନା ମିଳିଛି । ଏନେଇ ମେଡିକାଲ କର୍ତ୍ତୃପକ୍ଷ ଆଇନଗତ ପଦକ୍ଷେପ ନେବା ପାଇଁ ମଞ୍ଚେଶ୍ୱର ଥାନାକୁ ଲିଖିତ ଭାବେ ଜଣାଇଛନ୍ତି । ପ୍ରକୃତରେ ଜୀବିତ ବ୍ୟକ୍ତି ଦିଲ୍ଲୀପ ନା ଜ୍ୟୋତିରଞ୍ଜନ ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *